ଯାଜପୁର ଟାଉନ : ସ୍କୁଟି-ହାଇୱା ଧକ୍କାରେ ବାପା ମୃତ ଝିଅ ଆହତ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ସଦର ଥାନା ଅନ୍ତର୍ଗତ ହରିପୁର ମଟନ ଛକ ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ସୁଜନପୁର ପଞ୍ଚାୟତ ଢ଼ିଅସାହି ଗ୍ରାମର ଗୋଲକ ସାହୁ । ସେ ଏକ ସ୍କୁଟିରେ ନିଜର ବିବାହିତା ଝିଅ ବନିତା ରାଉତଙ୍କୁ ବସାଇ ହରିପୁର ଅଭିମୁଖେ ଯାଉଥିବା ସମୟରେ ପଛ ପଟୁ ଏକ ହାଇୱା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଦୁର୍ଘଟଣାରେ ଗୋଲକଙ୍କ ଘଟଣାସ୍ଥଳେ ହିଁ ମୃତ୍ୟୁ ହୋଇ ଯାଇଥିବା ବେଳେ ବନିତା ଆହତ ହୋଇଛନ୍ତି।

accident ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିବା ସହ ଏହି ରାସ୍ତା ସଂପ୍ରସାରଣ ନହେବା ପର‌୍ୟ୍ୟନ୍ତ ଭାରିଯାନ ଚଳାଚଳକୁ ବନ୍ଦ କରିବାକୁ ଜିଦ ଧରିଥିଲେ। ଫଳରେ ଶହ ଶହ ସଂଖ୍ୟାରେ ଗାଡି ମଟର ଗୁଡିକ ଅଟକି ରହିଥିଲା। ଏହା ଫଳରେ ଜନଜୀବନ ବାଧା ପ୍ରାପ୍ତ ହୋଇଥିଲା। ପରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲା। ମୃତ ଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପୁଲିସ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply

Your email address will not be published.