Below header

ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ୨ ସାଙ୍ଗଙ୍କ ମୃତ୍ୟୁ

ଯାଜପୁର ଟାଉନ (କେନ୍ଯୁଜ୍) : ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ଜଣ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଜାଲପୁର ଗାଁରେ । ଗତକାଲି ମଧ୍ୟାହ୍ନରେ ସ୍ଥାନୀୟ ଗ୍ରାମର ୪ଜଣ ସାଙ୍ଗ ହୋଇ ବୁଢା ନଦୀର ଜାଲପୁର ଘାଟରେ ଗାଧୋଉଥିଲେ । ଏହି ସମୟରେ ଦୁଇଜଣ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଜଣକର ମୃତଦେହ ଉଦ୍ଧାର କରିଥିଲା ।

ମୃତକ ହେଲେ ସ୍ଥାନୀୟ ଜାଲପୁର ଗ୍ରାମର ନବମ ଶ୍ରେଣୀର ଛାତ୍ର ଶୁଭ୍ରକାନ୍ତ ପାଣିଗ୍ରାହୀ । ଏବଂ ଅନ୍ୟଜଣେ ନିଖୋଜ ଥିବାରୁ ଉଦ୍ଧାର କାର‌୍ୟ୍ୟ ଜାରିରହିଥିଲା ବେଳେ ଆଜି ସକାଳୁ ଅନ୍ୟ ଜଣଙ୍କର ଶବ କୁ ଉଦ୍ଧାର କରାଯାଇଛି ।ମୃତକ ହେଲେ ଉକ୍ତ ଗ୍ରାମର ଅମନପ୍ରୀତ ପାଢୀ ।ସେ ବରୁଣେଶ୍ୱର ମହାବିଦ୍ୟାଳୟ ର ଛାତ୍ର ଥିଲେ। ଏହି ଘଟଣାକୁ ନେଇ ଜାଲପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.