ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ବହୁ ଦଳର ତୁଙ୍ଗ ନେତା ନୋମିନେସନ କରିବେ । ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ପାଇଁ ହେବ ଭୋଟ୍ ଗ୍ରହଣ । ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବ୍ରହ୍ମପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଚନ୍ଦ୍ରଶେଖର ସାହୁ ।

nabrangpurବିଜେପି ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର । କଂଗ୍ରେସ ପ୍ରାର୍ଥୀ ଅଛନ୍ତି ଭି.ଚନ୍ଦ୍ରଶେଖର ନାଇଡୁ । ନବରଙ୍ଗପୁର ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରମେଶ ମାଝୀ । ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବଳଭଦ୍ର ମାଝି ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ମଝୀ । ସେହିପରି କଳାହାଣ୍ଡି ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୁଷ୍ପେନ୍ଦ୍ର ସିଂହଦେଓ ।

koraputବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବସନ୍ତ ପଣ୍ଡା ଓ କଂଗ୍ରେସରୁ ପ୍ରର୍ଥୀ ହୋଇଛନ୍ତି ଭକ୍ତ ଚରଣ ଦାସ । କୋରାପୁଟ ବିଜେଡି ପ୍ରାର୍ଥୀ ହୋଇଛନ୍ତି କୌଶଲ୍ୟା ହିକ୍କା । ବିଜେପି ପ୍ରାର୍ଥୀ ହୋଇଛନ୍ତି ଜୟରାମ ପାଙ୍ଗୀ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସପ୍ତଗିରି ଉଲାକା । ସେହିପରି ମଙ୍ଗଳାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନୋମିନେସନ ସରିବ ।

Leave A Reply

Your email address will not be published.