ରାଜ୍ୟ

ଏ ନୂଆ ରାସ୍ତା ଏମିତି ଫାଟିଗଲା କାହିଁକି ? ଖୋର୍ଦ୍ଧା ସୁବୁଦ୍ଧିପାଟଣା ରାସ୍ତାକୁ ନେଇ ଅସନ୍ତୁଷ୍ଟ ଲୋକେ

ନୂଆ କରି ରାସ୍ତା ତିଆରି ହୋଇଛି । ଦେଖିଲେ ଲାଗିବ ଯେମିତି ଚକାଚକ୍‌ ରୋଡ୍‌ । ହେଲେ ଟିକେ ପାଖକୁ ଯାଇ ଦେଖିଲେ ଜଣାପଡ଼ିବ ମଝିରୁ ଫାଟି ଗଲାଣି ଆଉ ରାସ୍ତାଟି ଭାରି ଦୁର୍ବଳ । ଏମିତି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତରେ । ଏଠାକାର ସୁବୁଦ୍ଧି ପାଟଣାର ଜଗେଶ୍ୱର ମନ୍ଦିର ନିକଟ ରାସ୍ତା ଏଭଳି ନିର୍ମାଣ କରାଯାଇଛି ଯେ ଅଳ୍ପ ଦିନରେ ସେଥିରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ନିଜେ ଗାଁ ଲୋକେ ପ୍ରତିବାଦ କରିବା ସହିତ ଏଭଳି ନିମ୍ନମାନର କାମକୁ ନେଇ କେନ୍ୟୁଜ୍‌କୁ ଫଟୋ ଓ ଭିଜୁଆଲ ପଠାଇଛନ୍ତି । ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରୁ କଂକ୍ରିଟ୍‌ ଜାଗାରେ ବାଲି ଦେଖା ଯାଉଛି ।

ତେବେ ଘଟଣାଟି କେତେଦୂର ସତ ସ୍ଥାନୀୟ ପ୍ରଶାସନ ତାର ତଦନ୍ତ କରିବା ଉଚିତ । ଯଦି ପ୍ରକୃତରେ ଏଭଳି ନିମ୍ନମାନର କାମ ହୋଇଛି ତାହାହେଲେ ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ନିର୍ମାଣକାରୀ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ସହିତ ରାସ୍ତାକୁ ନୂଆ କରି ନିର୍ମାଣ କରିବା ଲାଗି ମଧ୍ୟ ଗାଁ ଲୋକେ ଦାବି କରିଛନ୍ତି ।

KNews Bureau

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

16 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

20 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

23 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

28 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

41 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

47 mins ago