ମନୋରଂଜନ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାକିବ ସଲିମଙ୍କ ସହ ବୁଲୁଥିବାର ନଜର ଆସିଲେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ବେଶ୍‌ କିଛି ଦିନର ନିରବତା ପରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରହିଆସିଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଅଲିବାଗ ଠାରେ ଅଭିନେତା ସାକିବ ସଲିମଙ୍କ ସହ ଦେଖିବାକୁ ମିଳିଛନ୍ତି । ରିୟା ସାକିବଙ୍କ ଜନ୍ମ ଦିନରେ ଯୋଗଦେବା ପାଇଁ ଅଲିବାଗ ଯାଇଥିବା ଶୁଣିବାକୁ ମିଳିଛି ।

ଶୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କ ନାମରେ ବହୁ ଗମ୍ଭୀର ମାମଲା ଲାଗିଥିଲା । ଯେଉଁଥିରେ ଡ୍ରଗ୍ସ ଯୋଗାଣ ମାମଲା ବି ରହିଥିଲା । ଯେଉଁଥିପାଇଁ ରିୟାଙ୍କୁ ମାସାଧିକ କାଳ ଜେଲ୍‌ରେ ମଧ୍ୟ ରହିବାକୁ ପଡ଼ିଥିଲା । ଜେଲ୍‌ରୁ ବାହାରିବା ପରେ ରିୟା ସର୍ବଦା ସୁଶାନ୍ତଙ୍କ ପ୍ରଶଂସକଙ୍କ ଆକ୍ରୋଶର ଶିକାର ହେଉଥିଲେ ।

ରିୟା ଏଥର ସାକିବଙ୍କ ଜନ୍ମ ଦିନରେ ଯୋଗ ଦେବା ସହ ତାଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହାକୁ ନେଇ ସୁଶାନ୍ତଙ୍କ ପ୍ରଶଂସକ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

photo credit: patrika.com

ନିକଟରେ େଓ୍ଵମେନ୍ସ ଡେ ରେ ରିୟା ନିଜ ମା’ଙ୍କ ସହ ଫଟୋ ସେୟାର କରିଥିଲେ । ଏଥିରେ ହାର୍ଟ ବନାଇବା ସହ ଲେଖିଥିଲେ ‘ ପ୍ୟାର୍‌ ହି ତାକତ୍‌ ହେ….ପ୍ୟାର୍‌ କା ରଙ୍ଗ୍‌ ଏସା ହୋତା ହେ କି ଚାହେ ଉସେ ଜିତ୍‌ନା ଧୋୟା ଜାଏ ଓ କଭି ଫିକା ନହିଁ ପଡ଼ତା’ । ଉଲ୍ଲେଖଯୋଗ୍ୟ ଯେ ରିୟା ଖୁବ୍‌ ଶୀଘ୍ର ଫିଲ୍ମରେ ଦେଖାଦେବେ । ତାଙ୍କ ସହ ଲିଡ୍‌ ରୋଲ୍‌ରେ ଆସିବେ ଅମିତାଭ ବଚ୍ଚନ ଓ ଇମରାନ ହାସ୍‌ମୀ ।

Niharanjan

Recent Posts

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

4 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

6 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

12 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

24 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

30 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

34 mins ago