ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାକିବ ସଲିମଙ୍କ ସହ ବୁଲୁଥିବାର ନଜର ଆସିଲେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ବେଶ୍ କିଛି ଦିନର ନିରବତା ପରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରହିଆସିଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଅଲିବାଗ ଠାରେ ଅଭିନେତା ସାକିବ ସଲିମଙ୍କ ସହ ଦେଖିବାକୁ ମିଳିଛନ୍ତି । ରିୟା ସାକିବଙ୍କ ଜନ୍ମ ଦିନରେ ଯୋଗଦେବା ପାଇଁ ଅଲିବାଗ ଯାଇଥିବା ଶୁଣିବାକୁ ମିଳିଛି ।
ଶୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କ ନାମରେ ବହୁ ଗମ୍ଭୀର ମାମଲା ଲାଗିଥିଲା । ଯେଉଁଥିରେ ଡ୍ରଗ୍ସ ଯୋଗାଣ ମାମଲା ବି ରହିଥିଲା । ଯେଉଁଥିପାଇଁ ରିୟାଙ୍କୁ ମାସାଧିକ କାଳ ଜେଲ୍ରେ ମଧ୍ୟ ରହିବାକୁ ପଡ଼ିଥିଲା । ଜେଲ୍ରୁ ବାହାରିବା ପରେ ରିୟା ସର୍ବଦା ସୁଶାନ୍ତଙ୍କ ପ୍ରଶଂସକଙ୍କ ଆକ୍ରୋଶର ଶିକାର ହେଉଥିଲେ ।
Optimism is the faith that leads to achievement. Nothing can be done without hope and confidence.#RheaChakraborty ♥️♥️♥️♥️ pic.twitter.com/r7riKcSLT9
— Bharti (@_bharti_0901) April 9, 2021
ରିୟା ଏଥର ସାକିବଙ୍କ ଜନ୍ମ ଦିନରେ ଯୋଗ ଦେବା ସହ ତାଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହାକୁ ନେଇ ସୁଶାନ୍ତଙ୍କ ପ୍ରଶଂସକ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ନିକଟରେ େଓ୍ଵମେନ୍ସ ଡେ ରେ ରିୟା ନିଜ ମା’ଙ୍କ ସହ ଫଟୋ ସେୟାର କରିଥିଲେ । ଏଥିରେ ହାର୍ଟ ବନାଇବା ସହ ଲେଖିଥିଲେ ‘ ପ୍ୟାର୍ ହି ତାକତ୍ ହେ….ପ୍ୟାର୍ କା ରଙ୍ଗ୍ ଏସା ହୋତା ହେ କି ଚାହେ ଉସେ ଜିତ୍ନା ଧୋୟା ଜାଏ ଓ କଭି ଫିକା ନହିଁ ପଡ଼ତା’ । ଉଲ୍ଲେଖଯୋଗ୍ୟ ଯେ ରିୟା ଖୁବ୍ ଶୀଘ୍ର ଫିଲ୍ମରେ ଦେଖାଦେବେ । ତାଙ୍କ ସହ ଲିଡ୍ ରୋଲ୍ରେ ଆସିବେ ଅମିତାଭ ବଚ୍ଚନ ଓ ଇମରାନ ହାସ୍ମୀ ।