Below header

ପିଲାବେଳର ଫଟୋ ସେୟାର କଲେ ଦୀପିକା ପାଦୁକୋନ୍‌, କହିଲେ-‘ମୁଁ ଇନ୍ଦିରାନଗରର ଗୁଣ୍ଡି’

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ରଖିବା ଦିନଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତି ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଏଥିସହ ଦୀପିକା ପାଦୁକୋନ୍‌ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି ଓ ପ୍ରାୟତଃ ନିଜ ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ସେ ଏବେ ପିଲାବେଳର ଫଟୋ ସେୟାର କରିଛନ୍ତି, ଯାହା ଫ୍ୟାନ୍‌ଙ୍କ ଧ୍ୟାନ ଆକର୍ଷଣ କରିଛି।

ଦୀପିକା ପାଦୁକୋନ୍‌ ଶନିବାର ଇନ୍‌ଷ୍ଟାଗ୍ରାମ୍‌ରେ ପିଲାବେଳର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଆପଣ ଦେଖିପାରିବେ ଯେ ସେ ତଳେ ବସିଛନ୍ତି। ସେ ବେଶ୍‌ କ୍ୟୁଟ୍‌ ବି ଲାଗୁଛନ୍ତି। ଦୀପିକା ପାଦୁକୋନ୍‌ ଏହା ସହ ଲେଖିଛନ୍ତି, ଇନ୍ଦିରାନଗରର ଗୁଣ୍ଡି ମୁଁ’। ଏହା ସହ ଦୀପିକା ଏକ ହସୁଥିବା ଇମୋଜି ବି ଦେଇଛନ୍ତି ଓ ଲେଖିଛନ୍ତି ଏହି ଫଟୋକୁ ମାମା ପାଦୁକୋନ୍‌ ଉଠାଇଛନ୍ତି।

 

View this post on Instagram

 

A post shared by Deepika Padukone (@deepikapadukone)

ନିକଟରେ ଦୀପିକା ପାଦୁକୋନ୍‌ ଏକ ୱେବ୍‌ସାଇଟ୍‌ ଲଞ୍ଚ୍‌ କରିଛନ୍ତି। ତାଙ୍କ ୱେବ୍‌ସାଇଟ୍‌ ଲଞ୍ଚ୍‌ ହେବା ପରେ ସ୍ୱୀମୀ ରଣବୀର ସିଂହ ବେଶ୍‌ ଖୁସି ନଜର ଆସିଛନ୍ତି। ରଣବୀର ସିଂହ ପତ୍ନୀ ଦୀପିକାଙ୍କ ପାଇଁ ଏକ ନୋଟ୍‌ ଲେଖିଛନ୍ତି, ଯେଉଁଥିରେ ସେ ନିଜକୁ ଜଣେ ଗର୍ବିତ ସ୍ୱାମୀ ବୋଲି ଲେଖିଛନ୍ତି।

କାମ କଥା କହିବା ତ ଦୀପିକାଙ୍କୁ ଶେଷ ଥର ପାଇଁ ଫିଲ୍ମ ଛପାକ୍‌ରେ ଦେଖିବାକୁ ମିଳିଥିଲା। ଏବେ ଦୀପିକା ପାଦୁକୋନ୍‌ ରଣବୀର ସିଂହଙ୍କ ସହ ଫିଲ୍ମ ୮୩ ବ୍ୟତୀତ ଫିଲ୍ମ ଦ ଇଣ୍ଟର୍ଣ୍ଣ, ଫିଲ୍ମ ପଠାନ୍‌ ଓ ଶକୁନ ବତ୍ରାର ଏକ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.