Below header

ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ଏହି ସବୁ ଘରୋଇ ଉପାୟ ହୋଇଥାଏ ବେଶ ଉପଯୋଗୀ, ଜାଣନ୍ତୁ

ସୁସ୍ଥ ରହିବା ସମସ୍ତଙ୍କ ଇଚ୍ଛା। କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ବଢ଼ିବାରେ ଲାଗିଲାଣି। ଘର ଓ ଅଫିସରେ ବଢ଼ୁଥିବା ଷ୍ଟ୍ରେସ୍‌ ସହ ଲାଇଫଷ୍ଟାଇଲ ଓ ଖାଦ୍ୟ ତଥା ଡାଏଟରେ ପରିବର୍ତ୍ତନ କାରଣରୁ ବ୍ଲଡ ପ୍ରେସର କମିଯାଏ। ଯାହାକୁ ଆମେ ‘Low Blood Pressure’ କହିଥାଉ। ଏହି ସମସ୍ୟା ଆଜିକାଲି ସାମାନ୍ୟ ହୋଇଗଲାଣି। କିଛି ଜଣଙ୍କର ଏହି ସମସ୍ୟା ପାଇଁ ସେମାନେ ହଠାତ୍‌ ହସ୍ପିଟାଲ ଦୌଡି ଯାନ୍ତି। କିନ୍ତୁ ଏଥିପାଇଁ ଭୟଭୀତ ନହୋଇ ଆପଣ ଘରୋଇ ପ୍ରତିକାର ମଧ୍ୟ ଆପଣାଇ ପାରିବେ। ଆଜି ଆମେ କହିବୁ ଆପଣଙ୍କୁ ଏହି ସମସ୍ୟାର ଘରୋଇ ସମାଧାନ।

blood pressure

ନିମ୍ନ ରକ୍ତଚାପର ଲକ୍ଷଣ:

ଯଦି ଆପଣ ଖାଦ୍ୟ ଠିକ ସମୟରେ ଗ୍ରହଣ କରୁନାହାନ୍ତି, ଶୋଇବାରେ ବିଳମ୍ବ ହେଉଛି ଏବଂ ବ୍ୟାୟାମ କରୁନାହାନ୍ତି ତେବେ ଆପଣଙ୍କର ନିମ୍ନ ରକ୍ତଚାପ ସମସ୍ୟା ଦେଖାଯିବ। ଏହାସହ ପ୍ରତିଟି ଛୋଟବଡ କଥାରେ ଯଦି ଷ୍ଟ୍ରେସ ନେଉଥାନ୍ତି ତେବେ ଆପଣଙ୍କ ରକ୍ତଚାପ ଜନିତ ସମସ୍ୟାର ସମ୍ମୁଖୀନ ହେବେ। ତେବେ ଜାଣନ୍ତୁ ଏହାର ଲକ୍ଷଣ:-

୧- ହଠାତ୍‌ ମୁଣ୍ଡ ବୁଲାଇବା
୨- ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଯିବା
୩- ଶରୀର ଥଣ୍ଡା ପଡିଯିବା
୪- ବେହୋସ ହୋଇଯିବା

ତେବେ ଏହି ସମସ୍ୟାର ସମାଧାନ ପାଇଁ  ଆପଣାନ୍ତୁ  କିଛି ସହଜ ଘରୋଇ ଉପାୟ । ଯେମିତିକି,

tulasi

– ରକ୍ତଚାପ କମିଗଲେ ୧ଗ୍ଲାସ ପାଣିରେ ଅଳ୍ପ ଲୁଣ, ୧/୪ ଚାମୁଚ ଚିନି ମିଶାଇ ଏହି ମିଶ୍ରଣକୁ ସେବନ କରନ୍ତୁ।
– ରକ୍ତଚାପ କମିବାର ଅନୁଭବ କଲେ କଫି ତିଆରି କରି ପିଇପାରିବେ। କାରଣ କଫି ଶରୀରରେ ଥିବା ରକ୍ତ ସର୍କରାର ପରିମାଣକୁ ବଢ଼ାଇବାରେ     ସାହାଯ୍ୟ କରିଥାଏ।
– ଏହାବ୍ୟତିତ ଆପଣ କିଛି ମିଠା ଓ ସ୍ନାକ୍ସ ଆଇଟମ ମଧ୍ୟ ଖାଇପାରିବେ।
– ଲୋ’ ବ୍ଲଡ ପ୍ରେସର ପାଇଁ ଗାଜର ସବୁଠୁ ଲାଭଦାୟକ ଅଟେ। ଏହାକୁ ଆପଣ ଜୁସ କରି ମଧ୍ୟ ପିଇପାରିବେ। ଏହାସହ ପାଳଙ୍ଗ ଶାଗ ଜୁସକୁ ମଧ୍ୟ ପିଇପାରିବେ।
– ୨ଚାମଚ ଅଁଳା ରସ ସହ ମହୁ ରସ ମିଶାଇ ପିଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ।
– ଟମାଟୋ ରସ ସହ ଗୋଲମରିଚ ଗୁଣ୍ଡ ଓ ଲୁଣ ମିଶାଇ ପିଇବା ଦ୍ୱାରା ନିମ୍ନ ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ।
– ବିଟ ରୁଟ ଜୁସ ସହ ଦହି ସରବତରେ ଜୀରା, ଲୁଣ, ହେଙ୍ଗୁ ମିଶାଇ ପିଅନ୍ତୁ।
– ତୁଳସୀ ପତ୍ର ମଧ୍ୟ ଏହି ସମସ୍ୟା ପାଇଁ ଆରାମ ଦାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.