Below header

କଟକ: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଗଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର

କଟକ(କେନ୍ୟୁଜ୍):  କଟକ SCB ରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଥିବା ସୂଚନା । SCB ମେଡିକାଲର ସର୍ଜରୀ ବିଭାଗରୁ ଫେରାର । ୧୨ ଦିନ ତଳେ SCB ସର୍ଜରୀ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲା ହାଇଦର । ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲରୁ SCBକୁ ରେଫର ହୋଇଥିଲା ହାଇଦର।

SCB ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା ହାଇଦର। ହାଇଦରକୁ ଜଗିବା ପାଇଁ ଜଣେ  ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ସମ୍ବଲପୁର ସର୍କଲ  ଜେଲରେ ବନ୍ଦୀ ଜୀବନ ବିତାଉଥିଲା  ହାଇଦର। ଅସୁସ୍ଥ ହେବାରୁ  ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲରୁ SCBକୁ ସ୍ଥାନାନ୍ତର ହୋଇଥିଲା। ହାଇଦରକୁ ଧରିବା ପାଇଁ କଟକର ସବୁ ପ୍ରବେଶ ଓ ପ୍ରାସ୍ଥାନ ପଥ ସିଲ କରି  ନାକାବନ୍ଦୀ ହୋଇଥିବା କଟକ ଡିସପି ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.