ହୋଣ୍ଡା ମୋଟର୍ସର ଏୟାର ଫିଲ୍ଟର କାର, ଯାହା କରୋନା ଭାଇରସରୁ ଲୋକଙ୍କୁ ଦେବ ସୁରକ୍ଷା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରୋନା ଭାଇରସକୁ ମହାମାରୀ ଘୋଷିତ କରାଯାଇଛି। ଏଥିରୁ ରକ୍ଷା ପାଇବା ପାଇଁ ଦୀର୍ଘ ୧ ବର୍ଷ ପରେ ଏହାର ଭ୍ୟାକସିନ ବାହାରିଛି। କିନ୍ତୁ ଏବେବି ଭାଇରସ ଜନିତ ବିପଦ ଟଳିନି। ଏଥିପାଇଁ ସରକାରଙ୍କ ତରଫରୁ ଅନେକ ସଚେତନତା ବାର୍ତ୍ତା ମଧ୍ୟ ସମାଜକୁ ଦିଆଯାଇଛି। ଏଥିପାଇଁ ହୋଣ୍ଡା କମ୍ପାନୀ ତରଫରୁ ନୂଆ ଗାଡି ବଜାରକୁ ଆସିଛି। ୟୂରୋପର ହୋଣ୍ଡା ମୋଟର୍ସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

car09
pc: Geely global

ଏହି ଗାଡି ଲୋକମାନଙ୍କୁ କରୋନା ଭାଇରସରୁ ସୁୁରକ୍ଷିତ ରଖିବ। ଏହି ଗାଡିର ସ୍ୱତନ୍ତ୍ରତା ହେଉଛି ଏଥିରେ କ୍ୟାବିନ ଏୟାର ଫିଲଟର ରହିଛି। ଯାହା ଆପଣଙ୍କୁ କରୋନା ସଂକ୍ରମଣରୁ ଦୂରରେ ରଖିବ। ୟୁରୋପ ଦ୍ୱାରା ଅଣାଯାଇଥିବା ହୋଣ୍ଡା ମୋଟରର ଏୟାର ଫିଲ୍ଟର କାରରେ ମୋଟ ୪ଟି ଲେୟାର/ ସ୍ତର ରହିଛି। ଏଥିରେ ଥିବା ପ୍ରଥମ ଦୁଇଟି ସ୍ତର ମାଇକ୍ରୋଫାଇବରରେ ତିଆରି ହୋଇଛି। ଏହା ଧୂଳି ଓ ପ୍ରଦୂଷିତ ଗ୍ୟାସରୁ ରକ୍ଷା କରିଥାଏ। ୩ୟ ସ୍ଥାନରେ ଥିବା ଆକ୍ଟିଭେଟେଡ ଚାରକୋଲ ଫିଲଟର ରହିଛି ଯାହା ଅତିରିକ୍ତ ଫିଲଟର ପ୍ରଦାନ କରିଥାଏ।

କାର ନିର୍ମାତାଙ୍କ କହିବାନୁଯାୟୀ କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର ନିର୍ମାଣ କରାଯାଇଛି। ହୋଣ୍ଡା ଏକ୍ସେସ ୟୁରୋପ ଏନବିର ଅଧ୍ୟକ୍ଷ ଇଚ୍ଚି ହିନୋ କହିଛନ୍ତି ଯେ,‘ କୋଭିଡ-୧୯ ଭଳି ମହାମାରୀର ପ୍ରଭାବକୁ ନେଇ ସମାଜ ଆଗ ଅପେକ୍ଷା ବହୁତ ସଚେତନ ହୋଇଛି।

ତେବେ ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ଗାଡି ଆମେ ବଜାରରେ ଲଞ୍ଚ କରିବାକୁ ଯାଉଛୁ। ଆଶା କରୁଛୁ ଗ୍ରାହକମାନଙ୍କୁ ଏହା ପସନ୍ଦ ଆସିବ’।
କରୋନା ବିରୋଧରେ ଲଢ଼ିବା ପାଇଁ ହୋଣ୍ଡା ମୋଟର୍ସ କାରକୁ ଭାଇରସ-ଫ୍ରି ଟେକନିକରେ ତିଆରି କରାଯାଇଛି। ଏହି କାର ଭାଇରସ ସହ ଲଢ଼ିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.