Categories: ରାଜ୍ୟ

ଚାଲିଗଲା ବୁଲବୁଲ ହେଲେ ଛାଡିଗଲା ପ୍ରଭାବ, ବ୍ୟାପକ କ୍ଷୟକ୍ଷତି ସହୁଛନ୍ତି ଲୋକେ

ଭୁବନେଶ୍ବର (କେନ୍ୟୁଜ୍) : ଚାଲିଗଲା ବାତ୍ୟା ବୁଲବୁଲ୍ କିନ୍ତୁ କ୍ଷତି ଭୁଲିପାରୁନାହାନ୍ତି ଲୋକେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ପ୍ରଭାବ ଝାଡ଼ିଛି ବୁଲବୁଲ୍‌। ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା। ବଡ ବଡ ଗଛ ଭାଙ୍ଗିପଡିବା ସହ କିଛି ସ୍ଥାନରେ ଘର ଛପର ଉଡିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡି ପଡିଛି। ଓଡ୍ରାଫ ଓ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫେଇ କରୁଛନ୍ତି।
ସେହିପରି ବୁଲବୁଲର କ୍ଷୟକ୍ଷତି ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ।

୨ଦିନ ଧରି ପ୍ରବଳ ପବନ ଓ ବର୍ଷା ହେବାରୁ ଲୋକମାନେ ଘରୁ ବାହାରି ପାରିନଥିବା ବେଳେ ଆଜି ସକାଳ କିନ୍ତୁ ସାମାନ୍ୟ ବଦଳିଛି। ଦୋକାନ ବଜାର ଖୋଲିଥିବା ବେଳେ ଜୀବନଯାତ୍ରା ସ୍ୱାଭାବିକ ରହିଛି। ତେବେ ଗ୍ରାମାଞ୍ଚଳ ସ୍ଥିତି ଏବେ ବି ସ୍ୱାଭାବିକ ହୋଇପାରିନାହିଁ। କେଉଁଠି ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଅନେକ ସ୍ଥାନରେ ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଛି। ଧାମରା, ଆରଡ଼ି, ପୀରହାଟ, ଘଣ୍ଟେଶ୍ୱର ସହ ପ୍ରାୟ ୪୫ଟି ପଞ୍ଚାୟତର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ବିଦ୍ୟୁତ ଖୁଣ୍ଟ ଉପୁଡ଼ିପଡ଼ିବାରୁ ୩ଦିନ ହେଲା ଅନ୍ଧାରରେ ରହିଛି ବହୁ ଗାଁ। ବିଜୁଳି ନଥିବାରୁ ପିଇବା ପାଣି ମଧ୍ୟ ଅନେକ ସ୍ଥାନରେ ମିଳୁନଥିବା ଅଭିଯୋଗ ହୋଇଛି। ବିଶେଷକରି ଚାଷୀମାନଙ୍କ ଉପରେ ପଡିଛି ବାତ୍ୟା ବୁଲ୍‌ବୁଲ୍‌ର ଗଭୀର ପ୍ରଭାବ। ଚାଷ ଜମି ମାନଙ୍କରେ ପାଣି ଜମି ରହିବା ଫଳରେ ଫସଲ ସବୁ ପଚିଯିବା ଆଶଙ୍କା ରହିଛି। ଆଜି ସୁଦ୍ଧା ସବୁ ସ୍ଥାନରେ ରାସ୍ତା ଓ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଚେଷ୍ଟା ଚାଲିଛି।

ଅଦିନିଆ ବର୍ଷା ଓ ପବନ ଚାଷୀଙ୍କ ବର୍ଷଯାକର ପରିଶ୍ରମକୁ ଧୋଇ ନେଇଯାଇଛି। ଆଉ ଦିନ ଅଳ୍ପ କେତେଟା ପରେ ଚାଷୀ ଓ ଚାଷକୁ ଅମଳ କରିଥାନ୍ତେ। ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବୁଲବୁଲ ପ୍ରଭାବରେ ପ୍ରବଳ ଫସଲ କ୍ଷୟକ୍ଷତି ହୋଇଛି। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଧାନଗଛ ସବୁ ପାଣିରେ ଶୋଇଯାଇଛ। ଫଳରେ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ। ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ଭାଙ୍ଗିଛି ଘରଦ୍ୱାର। ପବନରେ ଉଡ଼ି ଯାଇଛି ବହୁ ଘରର ଛପର। ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିଯିବା ସହ ଉପୁଡ଼ି ପଡ଼ିଛି। ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଓ ଏନଡିଆରଏଫ୍‌ ଟିମ୍‌ ପହଞ୍ଚି ସଫେଇ କାର୍ଯ୍ୟରେ ଲାଗିଛନ୍ତି। ଯୁଦ୍ଧାକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାକ କାମ। ଗତକାଲିଠାରୁ ବିଜୁଳି ସରବରାହ ବନ୍ଦ ରହିଛି। ରାଜନଗର ବ୍ଲକର ୩ଶହ ଗାଁରେ ବାତ୍ୟା ବୁଲବୁଲରେ ପ୍ରଭାବିତ ହୋଇଛି।

KNews Bureau

Recent Posts

ଆପଣ ଜାଣନ୍ତି କି ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ରେଳ ନେଟୱର୍କ ରହିଛି?

ପ୍ରତ୍ୟେକ ବିକଶିତ ତଥା ବିକାଶଶୀଳ ଦେଶରେ ରେଳ ନେଟୱାର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯଦି ଆମେ ଭାରତୀୟ ରେଳ ନେଟୱାର୍କ ବିଷୟରେ…

8 mins ago

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ, ୨ ଡିଆଇଜିଙ୍କୁ ଦାୟିତ୍ବ

ଭୁବନେଶ୍ୱର :  ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ…

11 mins ago

ସରିଲା ବାଣପୁର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ

ବାଲୁଗାଁ (କେନ୍ୟୁଜ) : ସରିଲା ବାଣପୁରର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ…

18 mins ago

କୋଲକାତାରେ ରେଷ୍ଟୁରାଣ୍ଟ ଜଳି ପାଉଁଶ, ଭୟଙ୍କର ନିଆଁ ଦେଖି ରାସ୍ତାକୁ ଦୌଡ଼ିଲେ ଲୋକେ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପାର୍କ ଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଏହି ରେଷ୍ଟୁରାଣ୍ଟରେ…

33 mins ago

ଗ୍ରାଜୁଏସନ କରିଥିଲେ ଆକାଉଣ୍ଟ ଅଫିସର ପାଇଁ କରନ୍ତୁ ଆବେଦନ, ମାସକୁ ମିଳିବ ୯୦ ହଜାରରୁ ଅଧିକ ଦରମା

ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ…

44 mins ago

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆଉ କିଛି ଘଣ୍ଟାର ଅପେକ୍ଷା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ। ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିବ। ଆଜି ମୁଖ୍ୟମନ୍ତ୍ରୀ…

51 mins ago