ଚାଲିଗଲା ବୁଲବୁଲ ହେଲେ ଛାଡିଗଲା ପ୍ରଭାବ, ବ୍ୟାପକ କ୍ଷୟକ୍ଷତି ସହୁଛନ୍ତି ଲୋକେ

ଭୁବନେଶ୍ବର (କେନ୍ୟୁଜ୍) : ଚାଲିଗଲା ବାତ୍ୟା ବୁଲବୁଲ୍ କିନ୍ତୁ କ୍ଷତି ଭୁଲିପାରୁନାହାନ୍ତି ଲୋକେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ପ୍ରଭାବ ଝାଡ଼ିଛି ବୁଲବୁଲ୍‌। ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା। ବଡ ବଡ ଗଛ ଭାଙ୍ଗିପଡିବା ସହ କିଛି ସ୍ଥାନରେ ଘର ଛପର ଉଡିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡି ପଡିଛି। ଓଡ୍ରାଫ ଓ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫେଇ କରୁଛନ୍ତି।
ସେହିପରି ବୁଲବୁଲର କ୍ଷୟକ୍ଷତି ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ।

rescue୨ଦିନ ଧରି ପ୍ରବଳ ପବନ ଓ ବର୍ଷା ହେବାରୁ ଲୋକମାନେ ଘରୁ ବାହାରି ପାରିନଥିବା ବେଳେ ଆଜି ସକାଳ କିନ୍ତୁ ସାମାନ୍ୟ ବଦଳିଛି। ଦୋକାନ ବଜାର ଖୋଲିଥିବା ବେଳେ ଜୀବନଯାତ୍ରା ସ୍ୱାଭାବିକ ରହିଛି। ତେବେ ଗ୍ରାମାଞ୍ଚଳ ସ୍ଥିତି ଏବେ ବି ସ୍ୱାଭାବିକ ହୋଇପାରିନାହିଁ। କେଉଁଠି ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଅନେକ ସ୍ଥାନରେ ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଛି। ଧାମରା, ଆରଡ଼ି, ପୀରହାଟ, ଘଣ୍ଟେଶ୍ୱର ସହ ପ୍ରାୟ ୪୫ଟି ପଞ୍ଚାୟତର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ବିଦ୍ୟୁତ ଖୁଣ୍ଟ ଉପୁଡ଼ିପଡ଼ିବାରୁ ୩ଦିନ ହେଲା ଅନ୍ଧାରରେ ରହିଛି ବହୁ ଗାଁ। ବିଜୁଳି ନଥିବାରୁ ପିଇବା ପାଣି ମଧ୍ୟ ଅନେକ ସ୍ଥାନରେ ମିଳୁନଥିବା ଅଭିଯୋଗ ହୋଇଛି। ବିଶେଷକରି ଚାଷୀମାନଙ୍କ ଉପରେ ପଡିଛି ବାତ୍ୟା ବୁଲ୍‌ବୁଲ୍‌ର ଗଭୀର ପ୍ରଭାବ। ଚାଷ ଜମି ମାନଙ୍କରେ ପାଣି ଜମି ରହିବା ଫଳରେ ଫସଲ ସବୁ ପଚିଯିବା ଆଶଙ୍କା ରହିଛି। ଆଜି ସୁଦ୍ଧା ସବୁ ସ୍ଥାନରେ ରାସ୍ତା ଓ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଚେଷ୍ଟା ଚାଲିଛି।

cropଅଦିନିଆ ବର୍ଷା ଓ ପବନ ଚାଷୀଙ୍କ ବର୍ଷଯାକର ପରିଶ୍ରମକୁ ଧୋଇ ନେଇଯାଇଛି। ଆଉ ଦିନ ଅଳ୍ପ କେତେଟା ପରେ ଚାଷୀ ଓ ଚାଷକୁ ଅମଳ କରିଥାନ୍ତେ। ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବୁଲବୁଲ ପ୍ରଭାବରେ ପ୍ରବଳ ଫସଲ କ୍ଷୟକ୍ଷତି ହୋଇଛି। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଧାନଗଛ ସବୁ ପାଣିରେ ଶୋଇଯାଇଛ। ଫଳରେ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।

tree1କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ। ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ଭାଙ୍ଗିଛି ଘରଦ୍ୱାର। ପବନରେ ଉଡ଼ି ଯାଇଛି ବହୁ ଘରର ଛପର। ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିଯିବା ସହ ଉପୁଡ଼ି ପଡ଼ିଛି। ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଓ ଏନଡିଆରଏଫ୍‌ ଟିମ୍‌ ପହଞ୍ଚି ସଫେଇ କାର୍ଯ୍ୟରେ ଲାଗିଛନ୍ତି। ଯୁଦ୍ଧାକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାକ କାମ। ଗତକାଲିଠାରୁ ବିଜୁଳି ସରବରାହ ବନ୍ଦ ରହିଛି। ରାଜନଗର ବ୍ଲକର ୩ଶହ ଗାଁରେ ବାତ୍ୟା ବୁଲବୁଲରେ ପ୍ରଭାବିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.