Below header

ଖାଦ୍ୟ ଖାଇବା ପରେ ମହିଳାଙ୍କ ଗାଲରେ ହେଉଥିଲା ସଂକ୍ରମଣ, ରିପୋର୍ଟରୁ ଜଣାପଡିଲା ଏପରି ଆଶ୍ଚର୍ଯ୍ୟକର ତଥ୍ୟ

ଡାକ୍ତରମାନଙ୍କ ସାମ୍ନାକୁ ବେଳେବେଳେ ଏପରି କିଛି ଘଟଣା ଆସି ଯାଇଥାଏ ଯାହାକୁ ଦେଖି ସେମାନେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । କିଛି ଏପରି ଦେଖିବାକୁ ମିଳିଛି ଇରାକରେ । ଏଠାରେ ଜଣେ ୬୬ ବର୍ଷୀୟା ମହିଳାଙ୍କ ସମସ୍ୟା ଦେଖି ଡାକ୍ତରମାନେ ଅବାକ ହୋଇଯାଇଛନ୍ତି । ମହିଳାଙ୍କର ସମସ୍ୟା ହେଉଛି ସେ ଯେବେ ବି ଖାଦ୍ୟ ଖାଇଥାନ୍ତି ଏହାପରେ ତାଙ୍କ ଗାଲରେ ନାଲି ନାଲି ଦାଗ ହୋଇ ଫଳି ଯାଇଥାଏ । ଯେତେବେଳେ ତାଙ୍କର ଯାଞ୍ଚ କରାଗଲା ରିପୋର୍ଟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

प्रतीकात्मक तस्वीर

ରିପୋର୍ଟରୁ ଜଣା ପଡିଥିଲା ଯେ ମହିଳାଙ୍କ ପେରୋଟାଇଡ ଗ୍ଲାଣ୍ଡ ବା ଲାଳଗ୍ରନ୍ଥୀରେ ପଥର ଜମା ହୋଇ ରହିଥିଲା । ଯେଉଁ କାରଣରୁ ସେ ଖାଦ୍ୟ ଖାଇବା ମାତ୍ରେ ତାଙ୍କ ଗାଲରେ ସଂକ୍ରମଣ ଆରମ୍ଭ ହୋଇଯାଉଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳାଙ୍କ ପେରୋଟାଇଡ ଗ୍ଲାଣ୍ଡରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପ୍ରାୟ ୫୩ଟି ପଥର ଜମା ହୋଇ ରହିଥିଲା । ତେବେ ଇରାକର ଡାକ୍ତରମାନଙ୍କ ପାଇଁ ମହିଳାଙ୍କ ଲାଲଗ୍ରନ୍ଥିରୁ ପଥର ବାହାର କରିବା ସମ୍ଭବ ନଥିଲା । ଡାକ୍ତରମାନଙ୍କ ମତରେ ମହିଳାଙ୍କ ମୁଁହରେ କୌଣସି ଦାଗ ନଛାଡି ପଥର ଗୁଡିକ ବାହାର କରିବା ସମ୍ଭବ ନୁହେଁ କିନ୍ତୁ ମହିଳା ଏହା ଚାଁହୁ ନଥିଲେ । ସେଥିପାଇଁ ସେ ଇଣ୍ଡିଆ ଆସିବା ପାଇଁ ପ୍ରସ୍ତୁତ ହୋଇଥିଲେ ।

प्रतीकात्मक तस्वीर

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ମହିଳାଙ୍କ ସର୍ଜରୀ କରାଯାଇଥିଲା ଏବଂ ଡାକ୍ତରମାନେ ତାଙ୍କ ଲାଳଗ୍ରନ୍ଥିରୁ ସମସ୍ତ ୫୩ଟି ପଥର ବାହାର କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଦୁନିଆର ପ୍ରଥମ ମାମଲା ଅଟେ ଯେଉଁଠି ଜଣକ ଲାଳଗ୍ରନ୍ଥିରୁ ଏତେଗୁଡିଏ ପଥର ସଫଳତାର ସହ ବାହାର କରାଯାଇ ପାରିଛି । ଏହା ବହୁତ ମୁସ୍କିଲ କାମ ଥିଲା ବୋଲି କହିଛନ୍ତି ଡାକ୍ତରମାନେ କାରଣ ମୁଁହରେ କୌଣସି ଦାଗ ନରଖି ୬ ସେମି ଲମ୍ବ ଓ ୩-୪ ସେମି ଚୌଡା ବିଶିଷ୍ଟ ଏକ ଗ୍ରନ୍ଥିରୁ ସମସ୍ତ ପଥର ବାହାର କରିବା ବହୁତ କଷ୍ଟ କାମ ଅଟେ । ଯଦିଓ ପୁରା ଦୁଇଘଣ୍ଟାର ସର୍ଜରୀ ପରେ ସମସ୍ତ ପଥରଗୁଡିକୁ ସଫଳତାର ସହ ବାହାର କରିଦିଆଯାଇଛି ।

प्रतीकात्मक तस्वीर

ଏହାସହ ପଢନ୍ତୁ ଗୋଟିଏ ଦିନେ ଜନ୍ମ ହୋଇଥିଲେ ପାଞ୍ଚ ଭାଇ ଭଉଣୀ ଏବେ ଗୋଟିଏ ଦିନରେ କରିବେ ବିବାହ

ଲାଳଗ୍ରନ୍ଥୀ ଆମ ମୁଁହରେ ରହିଥିବା ଏକ ଏପରି ଅଙ୍ଗ ଅଟେ ଯାହାକି ଲାଳ ସୃଷ୍ଟି କରିଥାଏ । ଏହି ଗ୍ରନ୍ଥି ଗୁଡିକ ଲାଳ ସ୍ରାବିତ କରିବା ଏବଂ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଏଥିରେ ପାଣିର ମାତ୍ରା ୯୮ ପ୍ରତିଶତ ରହିଥାଏ । ଏହା ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧.୫ ଲିଟର ପର‌୍ୟ୍ୟନ୍ତ ଲାଳ ସ୍ରାବିତ କରିଥାଏ । ଏହା ଚେହେରାକୁ ନରମ ଓ ସ୍ୱଚ୍ଛ ରଖିବା ସହିତ ଚୋବେଇବା, ଗିଳିବା ଏବଂ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.