ପ୍ରଦୂଷଣରୁ ବଞ୍ଚାଇବ ହେଲ୍‌ମେଟ, ଏୟାର୍‌ ପ୍ୟୁରିଫାୟର ଭଳି କରିବ କାମ

ଦେଶରେ ଲଗାତାର ଭାବେ ବଢ଼ିଚାଲିଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଏୟାର ପ୍ୟୁରିଫାୟର ଲାଗିଥିବା ହେଲ୍‌ମେଟକୁ ବଜାର ପ୍ରବେଶ କରାଯାଇଛି। Mavox Helmets ତରଫରୁ ଦୁଇଟି ସ୍ୱତନ୍ତ୍ର ଧରଣର ହେଲ୍‌ମେଟ FX30 MAX (Mono) ଏବଂ FX30 MAX D1P (Graphical)କୁ ଲଞ୍ଚ୍‌ କରାଯାଇଛି। କମ୍ପାନୀର କହିବା ଅନୁସାରେ, ଏହି ହେଲ୍‌ମେଟ ଭାରତୀୟ ମାନକ ସହ ୟୁରୋପିୟନ୍‌ ସୁରକ୍ଷା ମାନକ ଉପରେ ମଧ୍ୟ ଆଧାରିତ। ଏହାକୁ Flipkart ଏବଂ Amazonରୁ କିଣାଯାଇପାରିବ।

ଏହାସହ ପଢ଼ନ୍ତୁ: ଏକ ବର୍ଷ ପାଇଁ ମାଗଣାରେ ପାଆନ୍ତୁ Apple TV+ ସର୍ଭିସ ! ୬ ଜଣ ଫ୍ୟାମିଲି ମେମ୍ବରର୍ସଙ୍କୁ କରିପାରିବେ ସେୟାର

air1

ହେଲ୍‌ମେଟ ସହ ଜଡ଼ିତ କିଛି ଖାସ୍‌ କଥା

କମ୍ପାନୀ ଦାବି କରିଛି, ଏହି ହେଲ୍‌ମେଟ ୯୩ ପ୍ରତିଶତ ପଯ୍ୟର୍ନ୍ତ ପ୍ରଦୂଷଣ ରୋକିବାରେ ପୂରାପୂରି ସକ୍ଷମ। FX30 MAX (Mono)ର ଦାମ୍‌ ୨୫୬୫ ଟଙ୍କା ରଖାଯାଇଥିବା ବେଳେ FX30 MAX D1P (Graphical)ର ଦାମ୍‌ ରହିଛି ୨୯୯୯ ଟଙ୍କା।

ଏହାସହ ପଢ଼ନ୍ତୁ: ୧ ଲିଟର ପେଟ୍ରୋଲରେ ୧୨୧ କିଲୋମିଟର ଯାତ୍ରା କରିପାରୁଥିବା ସିଙ୍ଗଲ ସିଟର କାର ବନାଇଲେ ଏହି ଛାତ୍ରଛାତ୍ରୀ

ଏହି ହେଲ୍‌ମେଟରେ ଆକ୍ଟିଭେଟେଡ୍‌ କାର୍ବନ୍‌ ଏୟାର୍‌ ଫିଲ୍ଟର ମହଜୁଦ୍‌ ଅଛି। ଏହି ଆକ୍ଟିଭେଟେଡ୍‌ ଚାରକୋଲ୍‌ ପବନରେ ଥିବା କ୍ଷତିକାରକ ଏୟାରବର୍ଣ୍ଣ ପାର୍ଟିକଲ୍ସ (PM 2.5 ଏବଂ PM10), କେମିକାଲ୍‌ ଏବଂ ଗ୍ୟାସ୍‌କୁ ଶୋଷିନେବ। ସବୁଠାରୁ ଭଲ କଥା ହେଲା, ଏହା କ୍ଷତିକାରକ ତତ୍ତ୍ୱଗୁଡ଼ିକୁ ପୁଣିଥରେ ପବନରେ ଛାଡ଼ିବାକୁ ଦେବନାହିଁ। ଆକ୍ଟିଭେଟେଡ୍‌ କାର୍ବନ୍‌ ଫିଲ୍ଟର Mavox FX 30 ହେଲ୍‌ମେଟର ଏୟାର୍‌ ଫିଲ୍ଟରକୁ ବାହାର କରି ଧୋଇକି ସଫା ମଧ୍ୟ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.