Below header

ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ, ୧୧୫ଟି ନକଲି ୨ହଜାର ଟଙ୍କାର ନୋଟ ଜଣେ ଗିରଫ

ରାୟଗଡ଼ା (କେନ୍ୟୁଜ୍) : ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ। ରାୟଗଡ଼ା ଜିଲ୍ଲା ଟିକିରି ଥାନା ପୋଲିସ ଜାଲ ନୋଟ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଜଣକ ହରିଜନ ସାହିର ଦେବଜାହାନ ନାୟକ। ତା ଠାରୁ ପୋଲିସ ୧୧୫ଟି ନକଲି ୨ହଜାର ଟଙ୍କାର ନୋଟ ଜବତ କରାଯାଇଛି। ଦୀର୍ଘ ଦିନ ଧରି ଦେବଜାହାନ ଜାଲ ନୋଟ ନିଜ ପାଖରେ ରଖି ବିଭିନ୍ନ ହାଟ ବଜାରରେ ତାକୁ ବ୍ୟବହାର କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ତା ଘରେ ଚଢାଉ କରି ୨ଲକ୍ଷ ୩୦ହଜାର ଟଙ୍କା ଜବତ କରିଛି। ଜାଲ ନୋଟ କାରବାରରେ ଆଉ କାହାର ସଂପୃକ୍ତି ରହିଛି କି ନେଇ ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.