Below header

ସଂକ୍ରମଣ ରୋଗ ପରି ବଢୁଛି ଗାଁରେ ଅବିବାହିତା ଯୁବକଙ୍କ ସଂଖ୍ୟା, ଏହି କାରଣ ଯୋଗୁଁ ହୋଇପାରୁନି ବାହାଘର

ଭଲ ଚାକିରୀ ନ କରିଥିଲେ, ଭଲ ଘର ଦ୍ୱାରା ନ ଥିଲେ ବା ଖାନଦାନ ଭଲ ନହେଇଥିଲେ ଝିଅ ଘର ଲୋକେ ସାଧାରଣତଃ ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ । କିନ୍ତୁ ଉତ୍ତର ପ୍ରଦେଶର ଏକ ଗାଁରେ ଏକ ଭିନ୍ନ କାରଣ ଯୋଗୁଁ ଏଠାରେ ଲୋକେ ଝିଅ ଦେବାକୁ ରାଜି ହେଉନାହାନ୍ତି । ଫଳରେ ଏହି ଗାଁରେ ଅବିବାହିତ ଯୁବକଙ୍କ ସଂଖ୍ୟା ଦିନ କୁ ଦିନ ଏକ ସଂକ୍ରମଣ ରୋଗ ପରି ବଢ଼ିବାରେ ଲାଗିଛି । କାହିଁକି ଆଖପାଖର ଲୋକେ ଏଠାରେ ନିଜ ଝିଅର ବାହାଘର କରିବାକୁ ଚାହୁଁନାହାନ୍ତି ଏହା ପଛର ପ୍ରକୃତ କାରଣ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଉତ୍ତର ପ୍ରଦେଶ ରାଜ୍ୟର ବଦୁଆପୁର ଗାଁର ଅପରିଷ୍କାର ଅପରିଚ୍ଛନ୍ନତା ଗାଁ ପାଇଁ ଯେମିତି ବରବାଦୀ ଆଣି ଦେଇଛି । ଗାଁରେ ଜମୁଥିବା ଏହି ଅଳିଆ କାରଣରୁ ଗୋଟେ ପଟେ ଗାଁରେ ଦିନକୁ ଦିନ ରୋଗ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଅନ୍ୟ ପଟେ ଗାଁରେ ଅବିବାହିତ ଯୁବକଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି ।

garbage

ଏଠାରେ ଏହା ଏକ ସଂକ୍ରମଣ ରୋଗର ରୂପ ନେବାରେ ଲାଗିଛି । ପ୍ରକୃତରେ କାନପୁର ନଗର ନିଗମର ସମସ୍ତ ଶୁଖିଲା ଆବର୍ଜନାକୁ ଏଠାରେ କୁଢ଼ କରା ଯାଇଥାଏ । କିନ୍ତୁ ଯଥା ସମୟରେ ଏଗୁଡିକର ନିଷ୍କାସନ କରାଯାଇନଥାଏ କି ଏଥିପ୍ରତି ପ୍ରଶାସନ ସେତେଟା ଧ୍ୟାନ ଦେଇ ନଥାଏ । ଏହାରି ପ୍ରଭାବରେ ହିଁ ଗାଁରେ ଦିନ କୁ ଦିନ ଦୁର୍ଗନ୍ଧ ବଢିବା ସହ ରୋଗ ବ୍ୟାପିବାରେ ଲାଗିଛି । ବିଶେଷ କରି ଏହି କାରଣରୁ ହିଁ ଆଖପାଖ ଗାଁର ଲୋକେ ଏହି ଗାଁର ପୁଅଙ୍କ ସହ ତାଙ୍କ ଝିଅର ବାହାଘର କରିବାକୁ ଚାହୁଁନାହାନ୍ତି । ଯଦି ବି କାହାର ବାହା ଘର ହେଉଛି ଅଳ୍ପ ଦିନ ଭିତରେ ଝିଅ ଶାଶୂଘର ଛାଡି ପଳାଉଛନ୍ତି । ଏମିତିକି ଗାଁକୁ ଲୋକେ ପୁଅ ଦେଖିବା ପାଇଁ ଆସୁଥିଲେ ମଧ୍ୟ ଗାଁର ବାତାବରଣ ଦେଖି ପଳାଇଯାନ୍ତି ।

ଏହା ସହ ପଢନ୍ତୁ: ଏମିତି ଜଣେ ମଣିଷ ଯିଏ ଖରାଦିନେ ନିଆଁ ପୁଅଁନ୍ତି ଓ ଶୀତଦିନେ ଖାଆନ୍ତି ବରଫ

ଏମିତିକି ବାହାଘର ପୁରା ଠିକ ହୋଇଯାଇଥିଲେ ସୁଦ୍ଧା ଅଧାରୁ ଭାଙ୍ଗି ଯାଉଛି । ଜଣେ ଗ୍ରାମବାସୀ ସନ୍ତୋଷ ରାଜପୁତଙ୍କ କହିବା ଅନୁଯାୟୀ ଗାଁର ଠିକ ପାଖରେ ଏକ ଅଳିଆ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ପ୍ରାୟ ସବୁ ସମୟରେ ଏଠାରେ ଟନ ଟନ ଅଳିଆ କୁଢ଼ ହୋଇରହି ଥାଏ । ଏହି କାରଣରୁ ହିଁ ଗାଁର ପ୍ରାୟ ୭୦ ପ୍ରତିଶତ ଲୋକ ଟିବି ଓ ଆଜ୍ମା ରୋଗରେ ପୀଡିତ । ଗରମ ଦିନ ମାନଙ୍କରେ ଏହି ଶୁଖିଲା ଅଳିଆରେ ନିଆଁ ଶୀଘ୍ର ଲାଗିଯାଏ । ତେଣୁ ଆଖପାଖ ଅଞ୍ଚଲରେ ଏଠାରେ ଲୋକେ ରହିବାକୁ ଭୟ କରନ୍ତି । ଆଉ ବର୍ଷା ଦିନରେ ତ ବାତାବରଣ ଅସମ୍ଭାଳ ହୋଇପାରେ । ବର୍ଷା ପାଣିରେ ଅଳିଆ ଗୁଡିକ ପଚି ନାହିଁ ନଥିବା ଦୁର୍ଗନ୍ଧ ଛାଡ଼ିଥାଏ । ଖାଲି ଏହି ଗାଁ ନୁହେଁ ଆଖପାଖର ୩ କିମି ସୀମାରେ ଥିବା ଗାଁ ଗୁଡିକ ମଧ୍ୟ ଆବର୍ଜନା ଓ ପ୍ରଦୂଷଣର ଶିକାର ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.