କଟକ ବଡ଼ ମେଡିକାଲରେ ଉତ୍ତେଜନା, ନର୍ସ ଭୁଲ ସାଲାଇନ ଦେବାରୁ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ

କଟକ (କେନ୍ୟୁଜ୍) : ଏସସିବି ବଡ଼ ମେଡିକାଲରେ ଉତ୍ତେଜନା। ଚିକିତ୍ସାରେ ଅବହେଳାରୁ ଶିଶୁର ମୃତ୍ୟୁ ପରେ ଉତ୍ତ୍ୟକ୍ତ ସଂପର୍କୀୟ କାଜୁଆଲିଟିର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ନର୍ସ ଭୁଲ ସାଲାଇନ ଦେବାରୁ ଶିଶୁର ମୃତ୍ୟୁ ଘଟିଥିବା ସଂପର୍କୀୟ ଅଭିଯୋଗ ହୋଇଛି। CDA ହଇରାଣପୁର ବସ୍ତିର ୩ବର୍ଷର ଶିଶୁ ପ୍ରତ୍ୟୁଷ ଦାଶ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ବଡ଼ ମେଡିକାଲ ଅଣାଯାଇଥିଲା। ତେବେ ମୃତ୍ୟୁ ଘଟିବା ପରେ ଉତ୍ତେଜନା ହେବାରୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମୂତୟନ ହୋଇଥିଲେ। ଶିଶୁର ସଂପର୍କୀୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.