Odisha News

୧ ଲିଟର ପେଟ୍ରୋଲରେ ୧୨୧ କିଲୋମିଟର ଯାତ୍ରା କରିପାରୁଥିବା ସିଙ୍ଗଲ ସିଟର କାର ବନାଇଲେ ଏହି ଛାତ୍ରଛାତ୍ରୀ

ଚେନ୍ନାଇ ଏସଆରଏମ ୟୁନିଭର୍ସିଟି ଅଟୋମୋବାଇଲ ଇଂଜିନିୟରିଂର ୩୧ ଜଣ ଛାତ୍ରଙ୍କର ଏକ ଟିମ ମିଶି ୧ ଲିଟର ପେଟ୍ରୋଲରେ ୧୨୧ କିଲୋମିଟର ଯାତ୍ରା କରିପାରୁଥିବା ଏକ ସିଙ୍ଗଲ ସିଟର କାର ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ କାରର ପ୍ରୋଟୋଟାଇପ ମଡେଲ ପ୍ରସ୍ତୁତ କରାଯାଇଛି ଯାହାକି ୧୯ ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ବାଙ୍ଗାଲୁରରେ ଆୟୋଜିତ ହେବାକୁ ଯାଉଥିବା ଇକୋ ମାରାଥନ ଇଣ୍ଡିଆରେ ପ୍ରଦର୍ଶିତ କରାଯିବ ।

ଏହି ପ୍ରତିଯୋଗିତାରେ କାରର କ୍ଷମତାକୁ ଯାଞ୍ଚ କରାଯିବ ଯଦି ଏଠାରେ ସଫଳତା ମିଳେ ତାହେଲେ ଉକ୍ତ କାରକୁ ନେଇ ସେମାନେ ଏସିଆ ସେଲ ଇକୋ ମାରାଥନରେ ଭାରତରୁ ପ୍ରତିନିଧିତ୍ୱ କରିବେ । ଫୁଏଲ ଏଫଇସିଏନ୍ସି ଦୃଷ୍ଟିରୁ ଏହି କାରକୁ ଡିଜାଇନ କରିବା ପାଇଁ ସମ୍ପୂର୍ଣ୍ଣ ଏକ ବର୍ଷ ସମୟ ଲାଗିଥିଲା ।

 

ଏହାସହ ପଢନ୍ତୁ ଆଣ୍ଡ୍ରୋଏଡକୁ ପୂରିଲା ୧୨ ବର୍ଷ, ଜାଣନ୍ତୁ ଆଣ୍ଡ୍ରୋଏଡ ବିଷୟରେ କିଛି ଅଜଣା କଥା

ପକେଟମନିରୁ ଏକତ୍ରିତ କରିଥିଲେ ପଇସା

ଏହି ଟିମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନେ ପକେଟମନିରୁ କାର ତିଆରି ରାଶି ଏକାଠି କରିଥିଲେ । ଏହି କାର ପାଇଁ ପାଖାପାଖି ଅଢେଇ ରୁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସେମାନେ ଗତବର୍ଷ ଜାନୁଆରୀରେ ଏହି କାରକୁ ଡିଜାଇନ କରିବା ଆରମ୍ଭ କରିଥିଲେ । ଏହାର ବଡ଼ି ଅତ୍ୟନ୍ତ ହାଲୁକା କାର୍ବନ ଫାଇବର ଏବଂ ଆଲୁମିନିୟମରେ ତିଆରି ହୋଇଛି । ଯଦିଓ ଏହାର ଇଂଜିନ 50CC ରହିଛି । ଏହା କେବଳ ସମତଳ ରାସ୍ତାରେ ଚାଲିବାର କ୍ଷମତା ରଖିଛି ।

ଆଜମେରର ହରଦିତ୍ୟ ସିଂହ କହିଛନ୍ତି ‘କାରକୁ ପ୍ରସ୍ତୁତ କରିବା ପାଇଁ ପୁରା ଟିମଙ୍କର ସମ୍ପୂର୍ଣ୍ଣ ଯୋଗଦାନ ରହିଛି । ଟିମର କ୍ୟାପଟେନ ଫତେହ ମହମ୍ମଦ ସଲିମ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତିଦିନ ନିଜ ଟିମ ସହିତ ଏହାକୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲେ । ଅନେକ ଥର ଅସଫଳ ମଧ୍ୟ ରହିଥିଲେ । ଏବେ କାର ପ୍ରସ୍ତୁତ ହୋଇସାରିଛି । ଏଥିରେ ଥିବା ଚାରୋଟି ଡୋମେନ ଭେହିକିଲ ଡାଇନାମିକ୍ସ, ପାର୍ଟରନ, ଇଲେକ୍ଟ୍ରିକାଲ ଏବଂ କର୍ପୋରେଟ ବନାଇବା ପାଇଁ ସମସ୍ତଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଥିଲା ।

Loading...

Leave A Reply

Your email address will not be published.