ବୁଲବୁଲ ରେସକ୍ୟୁ ଅପରେସନ ବେଳେ ଆହତ NDRF ସଦସ୍ୟ କଟକ ଏସସିବି ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର (କେନ୍ୟୁଜ୍) : ବୁଲ୍‌ବୁଲ୍‌ ପ୍ରଭାବରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବିଶେଷ କ୍ଷୟକ୍ଷତି ହୋଇଛି। ରାସ୍ତା ସଫା କରିବା ପାଇଁ ଓଡ୍ରାଫ୍‌ ଓ ଏନ୍‌ଡିଆଫ୍‌ ପକ୍ଷରୁ ଜୋରଦାର କାମ ଚାଲିଛି। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ରାସ୍ତା ସଫା ବେଳେ ଖୁଣ୍ଟ ପଡି ଜଣେ NDRF ସଦସ୍ୟ ମନୋରଞ୍ଜନ ପ୍ରସାଦ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ SCBରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ପାଇଁ SCB ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.