ସ୍କୁଲରେ ପୁଅମାନଙ୍କୁ ମାଡ଼ ମାରୁଥିଲେ ରାକୁଲ, କପିଲ ଶୋ’ରେ କଲେ ଖୁଲାସା

ସ୍କୁଲରେ ଆପଣମାନେ ଅନେକ ପ୍ରକାର ବଦମାସୀ କରିଥିବେ। ସ୍କୁଲ ଲାଇଫରେ ଏପରି ସମସ୍ତଙ୍କ ସହିତ ଘଟିଥାଏ। କଥା କ’ଣ କି, କମେଡି ଶୋ ‘ଦ କିପଲ ଶର୍ମା ଶୋ’କୁ ଫିଲ୍ମ ‘ମରଜାଓ୍ଵା’ର ପ୍ରମୋଶନ ପାଇଁ ସଂପୂର୍ଣ୍ଣ ଫିଲ୍ମ କାଷ୍ଟ ପହଞ୍ଚିଥିଲା। ସିଦ୍ଧାର୍ଥ ମଲହୋତ୍ରା, ରାକୁଲପ୍ରୀତ, ତାରା ସୁତାରିଆ ଏବଂ ରିତେଶ ଦେଶମୁଖ କପିଲ ଶୋରେ ଉପସ୍ଥିତ ରହି ସମସ୍ତଙ୍କ ମନୋରଞ୍ଜନ ମଧ୍ୟ କରିଥିଲେ। ଶୋରେ ରାକୁଲ ନିଜର ସ୍କୁଲ ବେଳର ସ୍ମୃତିକୁ ବଖାଣିଥିଲେ। ସ୍କୁଲ ବେଳେ କିପରି ପୁଅମାନଙ୍କୁ ସେ ମାଡ ମାରିଛନ୍ତି ଶୋ’ ରେ କହିଥିଲେ। ଏହା ସହିତ ଏହାର କାରଣ ମଧ୍ୟ ଜଣାଇଥିଲେ।

kapil

କପିଲ ରାକୁଲଙ୍କୁ ପ୍ରଶ୍ନ ପଚାରିଥିଲେ, ଆପଣ ଏତେ ସୁନ୍ଦର ଆପଣଙ୍କ ପାଇଁ ପୁଅମାନଙ୍କ ମଧ୍ୟରେ ଝଗଡା ହେଉଥିବ ନିଶ୍ଚିତ। ଏହାର ଜବାବରେ ରାକୁଲ କହିଥିଲେ, ମୋ ସହିତ କେବେ ଏମିତି ହୋଇନାହିଁ। ସ୍କୁଲରେ ଯେଉଁ ପୁଅମାନେ ଝିଅମାନଙ୍କ ସହିତ ଖରାପ ବ୍ୟବହାର କରୁଥିଲେ ସେମାନଙ୍କୁ ମୁଁ ବହୁତ ମାରୁଥିଲି। ରାକୁଲଙ୍କୁ ପ୍ରଥମ ଫିଲ୍ମ ‘ୟାରିୟାଁ’ କରିବା ପରେ ତାଙ୍କ ପାଖକୁ ୫୦ରୁ ଅଧିକ ପ୍ରସ୍ତାବ ଆସିଥିଲା।

ଏହାସହ ପଢ଼ନ୍ତୁ ; ସିଡ୍‌ନୀରେ କରୀନାଙ୍କୁ ମିଳିଲା ଏଭଳି ଉପହାର, ଯାହାକୁ ଦେଖି ଝୁମି ଉଠିଲେ ବେବୋ

ଫିଲ୍ମ ‘ମରଜାଓ୍ଵା’ ଆସନ୍ତା ୨୨ ତାରିଖରେ ପରଦା ଉପରକୁ ଆସିବ। ଏହାର ଗୀତକୁ ଫ୍ୟାନମାନଙ୍କ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଫିଲ୍ମଟି ଦିବ୍ୟା ଖୋସଲା କୁମାର, ନିଖିଲ ଆଡଭାନୀ, ଭୂଷଣ କୁମାର ପ୍ରଯୋଜନା କରୁଥିବା ବେଳେ ମିଲାପ ଜାଭରୀ ନିର୍ଦ୍ଦେଶନା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.