ରାଜ୍ୟ

ମଝି ସମୁଦ୍ରରେ ଫସିଲା ‘ସମୁଦ୍ର କୌସ୍ତୁଭ’ ଜାହାଜ, ଇଞ୍ଜିନ୍ ତ୍ରୁଟି ଯୋଗୁ ଫସିଥିବା ସୂଚନା

ପାରାଦୀପ (କେନ୍ୟୁଜ): ସମୁଦ୍ର ମଝିରେ ଫସିଲା ଜାହାଜ। ଗତକାଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘ସମୁଦ୍ର କୌସ୍ତୁଭ’ ମଝି ସମୁଦ୍ରରେ ଫସିଛି । ଇଞ୍ଜିନ୍ ତ୍ରୁଟି ଯୋଗୁ ଜାହାଜଟି ସମୁଦ୍ରରେ ଫସି ରହିଛି । ବଙ୍ଗୋପସାଗରରେ ବାତ୍ୟା ସତ୍ତ୍ବେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାରାଦ୍ଵୀପ ଠାରୁ ୩୫ ନଟିକାଲ ମାଇଲ ଦୂରରେ ଜାହାଜ ରହିଛି। ସେଠାରେ ICG ଜାହାଜ ଅମୋଘ ପାଟ୍ରୋଲ କରୁଛି। ଟଣା ହୋଇ ପାରାଦ୍ଵୀପ ବନ୍ଦରକୁ ଆସିବ ସମୁଦ୍ର କୌସ୍ତୁଭ। ଆଜି ସନ୍ଧ୍ୟାରେ ପାରାଦ୍ଵୀପ ବନ୍ଦରରେ ପହଞ୍ଚିବ। ‘ସମୁଦ୍ର କୌସ୍ତୁଭ’ରେ ୨୫ ଜଣ କ୍ରିଉ ମେମ୍ବର ଅଛନ୍ତି ।

ଗତକାଲି ସକାଳେ ଅତି ଭୀଷଣ ବାତ୍ୟାରେ ରୂପନେଇଥିବା ‘ହାମୁନ’ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇଭ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଆଗକୁ ବଢ଼ୁଛି ବାତ୍ୟା। ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ପାରାଦୀପ ଠାରୁ ପୂର୍ବ ଦିଗରେ ୩୩୦ କିମି ଦୂରରେ ରହିଛି। ଆସନ୍ତାକାଲି ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି।

 

Barsha

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

6 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

6 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

7 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

9 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

10 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

11 hours ago