ରାଜ୍ୟ

ସାବିତ୍ରୀ ପାଇଁ ଭାଇ ପଠାଇଥିଲେ ମନି ଅର୍ଡର, ଭଉଣୀକୁ ମିଳିଲା ଚାରି ବର୍ଷ ପରେ

ରାଉରକେଲା (କେନ୍ୟୁଜ୍‌) : ଅନେକ ସମୟରେ ଡାକ ବିଭାଗର ଅବହେଳା ଯୋଗୁଁ ଚିଠି ଡେରିରେ ପହଞ୍ଚିବାର ନଜିର ରହିଛି । ଯଦିଓ ଏବେ ଇ-ମେଲ, ହ୍ଵାଟସଆପ ଆଉ ଫେସବୁକ, ଇନଷ୍ଟାଗ୍ରାମ, ଟ୍ଵିଟର ଆଦି ଯୋଗାଯୋଗର ସୂତ୍ରକୁ ଅତି ସହଜ କରି ଦେଇଛି । ତଥାପି କିଛି ଲୋକ ଚିଠି ଲେଖୁଛନ୍ତି ଓ ଡାକର ଘରର ସେହି ପୁରୁଣା ଯୋଗାଯୋଗ ବ୍ୟବସ୍ଥାକୁ ବ୍ୟବହାର କରୁଛନ୍ତି । ସେହିଭଳି ଟଙ୍କା ପଠାଇବାର ମାଧ୍ୟମ ବି ୟୁପିଆଇ ପେମେଣ୍ଟ, ଅନଲାଇନ୍‌ ବ୍ୟାଙ୍କିଙ୍ଗ ଆଦିରେ ହୋଇ ପାରୁଛି । ତଥାପି କିଛି ଲୋକ ମନିଅର୍ଡ଼ରରେ ଟଙ୍କା ପଠାଉଛନ୍ତି । ଏମିତି ଜଣେ ଭାଇ ତାଙ୍କ ଭଉଣୀ ପାଖକୁ ସାବିତ୍ରୀ ବ୍ରତ ଲାଗି ଟଙ୍କା ପଠାଇଥିଲେ । ଯାହା ଭଉଣୀ ପାଖରେ ପହଞ୍ଚିବାକୁ ଲାଗିଗଲା ଦୀର୍ଘ ଚାରି ବର୍ଷ ।

ଯାହା ଡାକ ବିଭାଗର ଦାୟିତ୍ୱହୀନତାକୁ ପଦାରେ ପକାଇଛି । ରାଉରକେଲାରେ ଘଟିଛି ଏହି ଘଟଣା। ସାବିତ୍ରୀ ବ୍ରତ ପାଇଁ ମାତ୍ର ଶହେ କିଲୋମିଟର ଦୂରରେ ଟେନସାରେ ରହୁଥିବା ଭଉଣୀ ପାଖକୁ ମନିଅର୍ଡର କରିଥିଲେ ଭାଇ। ତେବେ ଏହି ମନିଅର୍ଡର ପହଞ୍ଚିବାକୁ ପ୍ରାୟ ସାଢ଼େ ଚାରି ବର୍ଷ ଲାଗିଗଲା। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଉରକେଲା ସେକ୍ଟର-୮ ସି-୧୦୮ କ୍ଵାର୍ଟରରେ ରୁହନ୍ତି ପ୍ରମୋଦ ପ୍ରଧାନ। ତେବେ ତାଙ୍କ ଭଉଣୀ, ପ୍ରାୟ ଶହେ କିଲୋମିଟର ଦୂର ଟେନସାରେ ପରିବାର ସହ ବାସ କରନ୍ତି। ପ୍ରମୋଦ ଗତ ୨୦୧୮ ମସିହା ମେ’ ୯ ତାରିଖରେ ସାବିତ୍ରୀ ଅମାବାସ୍ଯା ପାଇଁ ଟେନସାରେ ରହୁଥିବା ଭଉଣୀ ସୁମିତ୍ରାଙ୍କ ପାଖକୁ ମନିଅର୍ଡ଼ର କରିଥିଲେ ।

ସେକ୍ଟର-୧୯ ସ୍ଥିତ ପୋଷ୍ଟ ଅଫିସରୁ ସେ ୫ ଶହ ଟଙ୍କା ମନିଅର୍ଡର ଯୋଗେ ପଠାଇଥିଲେ। ହେଲେ ସେହି ଅର୍ଥ ଠିକଣା ସମୟରେ ସୁମିତ୍ରାଙ୍କ ପାଖରେ ପହଞ୍ଚି ନଥିଲା। ସେତେବେଳେ ପ୍ରମୋଦ ଭାବି ଥିଲେ ଭଉଣୀ ପାଇ ଯାଇଥିବେ। ଅପରପକ୍ଷରେ କୌଣସି ଅସୁବିଧା କାରଣରୁ ବୋଧହୁଏ ଭାଇ ଟଙ୍କା ପଠାଇ ନଥିବା ଭଉଣୀ ଭାବି ନେଇଥିଲେ। ତେବେ ଉଭୟ ଏ ନେଇ କେବେ କଥାବାର୍ତ୍ତା ବି ହୋଇ ନଥିଲେ । ସମୟକ୍ରମେ ଭାଇ-ଭଉଣୀ ଏକଥାକୁ ଭୁଲି ସାରିଥିଲେ। ତେବେ ଗତ ୨୬ ତାରିଖରେ ସୁମିତ୍ରାଙ୍କ ପାଖରେ ପହଞ୍ଚିଲା ୨୦୧୮ ମସିହାର ମନି ଅର୍ଡର। ଏହାପରେ ଘଟଣାଟି ପଦାକୁ ଆସିଛି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

34 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago