କେନ୍ୟୁଜ୍(ବ୍ୟୁରୋ): କଟକ ଏସସିବି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସଫଳତା। ଦୁଇ ଜଣ ବ୍ୟକ୍ତିଙ୍କର କଟା ହାତକୁ ସଫଳତାର ସହ ଯୋଡା ଯାଇପାରିଛି। ଗତ ସପ୍ତାହରେ ହାତ କଟି ଯାଇଥିବା ଦୁଇ ଜଣ ବ୍ୟକ୍ତି ୪ ଘଣ୍ଟା ମଧ୍ୟରେ ଏସସିବିରେ ପହଞ୍ଚି ପାରିବାରୁ ସମାନଙ୍କ କଟା ହାତକୁ ଅସ୍ତ୍ରୋପଚାର ଦ୍ୱାରା ଯୋଡିବାରେ ସକ୍ଷମ ହୋଇଛନ୍ତି ଡାକ୍ତରୀ ଟିମ୍। ଦୁଇଟି ଯାକ ଘଟଣାରେ ଜମିବାଡି ଗଣ୍ଡଗୋଳରୁ ଦୁବୃର୍ତ୍ତଙ୍କ ଆକ୍ରମଣରେ ହାତ ସଂପୂର୍ଣ୍ଣ ଅଲଗା ହୋଇ ଯାଇଥିଲା।
ଗତ ୨୨ ତାରିଖରେ ଢେଙ୍କାନାଳ ଜିଲାର ମନୋଜ ମଲ୍ଲିକଙ୍କ ବାମ ହାତ କଟି ସଂପୂର୍ଣ୍ଣ ଅଲଗା ହୋଇ ଯାଇଥିଲା। ସେହିପରି ୨୯ ତାରିଖରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଦେବୀପ୍ରସାଦ ସ୍ୱାଇଁଙ୍କର ଡାହାଣ ହାତ କଟି ଯାଇଥିଲା। ଉଭୟ ଏସସିବିରେ ପହଁଚିବା ପରେ ବିନା ଖର୍ଚ୍ଚରେ ସପୂର୍ଣ୍ଣ ସରକାରୀ ସହାୟତାରେ ପ୍ଲାଷ୍ଟିକ୍ ସର୍ଜରୀ ଡାକ୍ତରୀ ଟିମ ଦ୍ୱାରା ସେମାନଙ୍କ କଟା ହାତ ଯୋଡା ଯାଇପାରିଛି। ଅସ୍ତ୍ରୋପଚାର ସଫଳ ହୋଇଥିବାବେଳେ ହାତର ନିୟମିତ ଫିଜିଓଥେରାଫି ଦ୍ୱାରା ହାତ ସଂପୂର୍ଣ୍ଣ ସକ୍ଷମ ହୋଇ ପାରିବ ବୋଲି କହିଛନ୍ତି ଡାକ୍ତର। ଏଭଳି ଦୁର୍ଘଟଣାର ଶିକାର ହେଉଥିବା ରୋଗୀ ୪ରୁ ୬ ଘଣ୍ଟା ମଧ୍ୟରେ ପହଞ୍ଚି ପାରିଲେ ବିନାଖର୍ଚ୍ଚରେ ସଫଳ ରିପ୍ଲାଣ୍ଟେସନ କରାଯାଇ ପାରିବ ବୋଲି କହିଛନ୍ତି ବିଭାଗୀୟ ଡାକ୍ତର।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…