Below header

କଟକ: ୪ ଘଣ୍ଟା ମଧ୍ୟରେ SCBରେ ପହଞ୍ଚିଲେ କଟିଯାଇଥିବା ଅଙ୍ଗ ବି ଯୋଡା ଯାଇପାରିବ, କଟା ହାତକୁ ସଫଳ ରିପ୍ଲାଣ୍ଟେସନ୍ କଲେ ଡାକ୍ତରୀ ଟିମ୍

କେନ୍ୟୁଜ୍(ବ୍ୟୁରୋ):  କଟକ ଏସସିବି  ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସଫଳତା। ଦୁଇ ଜଣ ବ୍ୟକ୍ତିଙ୍କର କଟା ହାତକୁ ସଫଳତାର ସହ ଯୋଡା ଯାଇପାରିଛି। ଗତ ସପ୍ତାହରେ ହାତ କଟି ଯାଇଥିବା ଦୁଇ ଜଣ ବ୍ୟକ୍ତି ୪ ଘଣ୍ଟା ମଧ୍ୟରେ ଏସସିବିରେ ପହଞ୍ଚି ପାରିବାରୁ ସମାନଙ୍କ କଟା ହାତକୁ ଅସ୍ତ୍ରୋପଚାର ଦ୍ୱାରା ଯୋଡିବାରେ ସକ୍ଷମ ହୋଇଛନ୍ତି ଡାକ୍ତରୀ ଟିମ୍‌।  ଦୁଇଟି ଯାକ ଘଟଣାରେ ଜମିବାଡି ଗଣ୍ଡଗୋଳରୁ ଦୁବୃର୍ତ୍ତଙ୍କ ଆକ୍ରମଣରେ ହାତ ସଂପୂର୍ଣ୍ଣ ଅଲଗା ହୋଇ ଯାଇଥିଲା।

ଗତ ୨୨ ତାରିଖରେ ଢେଙ୍କାନାଳ ଜିଲାର ମନୋଜ ମଲ୍ଲିକଙ୍କ ବାମ ହାତ କଟି ସଂପୂର୍ଣ୍ଣ ଅଲଗା ହୋଇ ଯାଇଥିଲା। ସେହିପରି ୨୯ ତାରିଖରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଦେବୀପ୍ରସାଦ ସ୍ୱାଇଁଙ୍କର ଡାହାଣ ହାତ କଟି ଯାଇଥିଲା।  ଉଭୟ ଏସସିବିରେ ପହଁଚିବା ପରେ ବିନା ଖର୍ଚ୍ଚରେ ସପୂର୍ଣ୍ଣ ସରକାରୀ ସହାୟତାରେ ପ୍ଲାଷ୍ଟିକ୍ ସର୍ଜରୀ ଡାକ୍ତରୀ ଟିମ ଦ୍ୱାରା ସେମାନଙ୍କ କଟା ହାତ ଯୋଡା ଯାଇପାରିଛି। ଅସ୍ତ୍ରୋପଚାର ସଫଳ ହୋଇଥିବାବେଳେ ହାତର ନିୟମିତ ଫିଜିଓଥେରାଫି ଦ୍ୱାରା ହାତ ସଂପୂର୍ଣ୍ଣ ସକ୍ଷମ ହୋଇ ପାରିବ ବୋଲି କହିଛନ୍ତି ଡାକ୍ତର। ଏଭଳି ଦୁର୍ଘଟଣାର ଶିକାର ହେଉଥିବା ରୋଗୀ  ୪ରୁ ୬ ଘଣ୍ଟା ମଧ୍ୟରେ ପହଞ୍ଚି ପାରିଲେ ବିନାଖର୍ଚ୍ଚରେ ସଫଳ ରିପ୍ଲାଣ୍ଟେସନ କରାଯାଇ ପାରିବ ବୋଲି କହିଛନ୍ତି ବିଭାଗୀୟ ଡାକ୍ତର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.