କରୋନା ପରେ ଋଷରେ ନୂଆ ବିପଦ : ପୋକ କାମୁଡ଼ାରେ ମେଡିକାଲରେ ଭର୍ତ୍ତି ହେଲେଣି ଶହ ଶହ ରୋଗୀ, ମିଳୁନି ଔଷଧ

 ମସ୍କୋ : କଥାରେ ଅଛି ବିପଦ ଯେବେ ଆସେ ସାଙ୍ଗ ସାଥି ଧରି ଆସେ । କରୋନା ଆତଙ୍କ ଏଯାଏ ଥମିନି । ବିଶ୍ୱରେ ଦେଖା ଦେଲାଣି ପୁଣି ଏକ ଆତଙ୍କ । ଏହା କିନ୍ତୁ କୈାଣସି ଭାଇରସ୍‌ ନୁହେଁ । ଏହି ଆତଙ୍କ ରଚାଇଛି ଏକ ପୋକ । ହଁ ଆଜ୍ଞା ଏପୋକ ଏମିତି ସେମିତି ପୋକ ନୁହେଁ ।

ମଣିଷ ରକ୍ତ ଖିଆ ପୋକ । ବୁଢ଼ିଆଣି ପ୍ରଜାତିର ଅସରପା ଭଳି ଦେଖା ଯାଉଥିବା ଏହି ପୋକ ଋଷରେ ଆତଙ୍କ ମଚାଇଛି । ଏହି ପୋକ କୈାଣସି କୀଟ ପତଙ୍ଗ ଖାଇ ନଥାନ୍ତି । ଏମାନେ ଖାଇଥାନ୍ତି କେବଳ ମଣିଷ ରକ୍ତ । ମଣିଷ ରକ୍ତରେ ବଞ୍ଚୁଥିବା ଏହି ପୋକ ଋଷରେ ସୃଷ୍ଟି କରିଛି ତାଣ୍ଡବ ।

ହଜାର ହଜାର ସଂଖ୍ୟାରେ ଲୋକେ ଏବେ ଏହି ପୋକ କାମୁଡାରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ । ଦେଶରେ ରୋଗୀ ସଂଖ୍ୟା ଏପରି ବଢ଼ିଛି ଯେ ଏହାର ପ୍ରତିଷେଧକ ଔଷଧ ଦେଶରେ ଅଭାବ ଦେଖାଦେଇଛି । ରୋଗୀଙ୍କ ପାଇଁ ମେଡିକାଲରେ ଥିବା ସିଟ୍‌ର ବି ଅଭାବ ପଡିଛି ।

ଏକ ପକ୍ଷରେ କରୋନା ମହାମାରୀର ସାମ୍ନା କରୁଥିବା ଋଷ ଏହି ରକ୍ତ ଖିଆ ପୋକଙ୍କ ପାଇଁ ବଡ଼ ଚିନ୍ତାରେ । ଋଷର ସରକାରୀ ଆକଳନ ଅନୁଯାୟୀ ଏହି ପୋକଙ୍କ ସଂଖ୍ୟା ୪୨୮ ଗୁଣା ବୃଦ୍ଧି ପାଇଛି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମିଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.