ଆସନ୍ତା ୧୩ ତରିଖରେ କରୋନା ସହ କୋଭିଡର ବାହାଘର ହେଉଛି, ସୋସିଆଲ ମିଡିଆରେ ଆସିଛି ନିମନ୍ତ୍ରଣ ପତ୍ର

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୧୩ ତାରିଖରେ କରୋନା ସହ କୋଭିଡର ବାହାଘର ହୋଉଛି। ଏଥିପାଇଁ ଏକ ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। କାର୍ଡରେ ଲେଖା ଅଛି ଯେ ଶ୍ରୀଯୁକ୍ତ ସୋସିଆଲ ଡିଷ୍ଟାନ୍ ସିଂହ ନିଜ ଝିଅ କରୋନାର ୟୁହାନ ନୀବସୀ ଆଇସୋଲେସନ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଆୟୂଷ୍ମାନ କୋଭିଡ ସହ ଲକଡାଉନ-୫ ମତେ ବବାହ କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଏଣୁ ଏହି ମାଙ୍ଗଳିକ କାର୍ଯ୍ୟରେ ସପରିବାରେ ନଆସି ଏକା ଆସିବାକୁ ନିବେଦନ କରାଯାଇଛି। ଏହା ସହ ଲେଖା ହୋଇଛି ଯେ ଯାହା ଉପହାର ଦେବା କଥା ସାଙ୍ଗରେ ନଆଣି ଅନଲାଇନରେ ପଠାଇଦେବେ ଓ ସ୍କ୍ରୀନସଟ ରଖି ଖାଲି ଦେଖାଇଦେବେ। ଏହା ସହ ଦୁଇନମ୍ବର କାଉଣ୍ଟରରୁ ଖାଦ୍ୟ ପୁଡିଆ ଘରକୁ ନେବା ପାଇଁ ଭୁଲିବେ ନାହିଁ ବୋଲି କାର୍ଡଟିରେ ଲେଖା ହୋଇଛି। ଶେଷରେ ଲେଖା ହୋଇଛି ଯେ କ୍ଷମା କରିବେ କେବଳ ବାଧ୍ୟ ହୋଇ ଡାକୁଛୁ।

ତେବେ ଏହି କାର୍ଡଟି କିଏ କରିଛି ତାହା ଜଣା ନଥିଲେ ମଧ୍ୟ ଏହିଟି ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି। ଯହାକୁ ଦେଖି ଲୋକେ ହସି ହସି ବେଦମ ହୋଇଯାଉଛନ୍ତି। ତେବେ ଯାହା ହେଉନା କାହିଁକି ଲକଡାଉନରେ କିନ୍ତୁ ଏଭଳି କୌତୁକିଆ କାର୍ଡ ଲୋକଙ୍କ ବେଶ୍ ମନରଞ୍ଜନ କରିପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.