ରାଜ୍ୟ

ଭର୍ଚୁଆଲରେ ଆୟୋଜିତ ହେଲା ‘ଅରୁଣୋଦୟ’ ନୃତ୍ୟ ମହୋତ୍ସବ

ସ୍କୁଲ ଅଫ୍‌ କ୍ରିଏଟିଭ୍‌ ହ୍ୟାଣ୍ଡ୍‌ସ (SOCH) ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ ନୃତ୍ୟ ମହୋତ୍ସବ ‘ଅରୁଣୋଦୟ’ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀକୁ ଦୃଷ୍ଟିକୁ ରଖି ପ୍ରିମିୟର୍ ଇନଷ୍ଟିଚ୍ୟୁଟ୍: ସ୍କୁଲ୍ ଅଫ୍ କ୍ରିଏଟିଭ୍ ହ୍ୟାଣ୍ଡସ୍ (SOCH) ତରଫରୁ ପରମ୍ପରାକୁ ବଜାୟ ରଖିବା ପାଇଁ ପୂର୍ବ ବର୍ଷ ଭଳି ଭର୍ଚୁଆଲ୍ ମୋଡ୍‌ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଚଳିତବର୍ଷ ଅରୁଣୋଦୟର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଆର୍ଟିଷ୍ଟିକ୍ ଡାଇରେକ୍ଟର ରାହୁଲ ବର୍ଷନେ ଓ ମୋନା କପୁର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଥିଏଟର ଏବଂ କଳା କ୍ଷେତ୍ରରେ ବୃତ୍ତିଗତ ତାଲିମ ପ୍ରଦାନ କରିଥିଲେ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଡିସେମ୍ବର ୧୮ ଓ ୧୯ରେ SOCHର ଫେସବୁକ୍ ଏବଂ ୟୁଟ୍ୟୁବ୍ ଆକାଉଣ୍ଟରେ ପ୍ରସାରିତ ହୋଇଥିଲା । ଦୁଇ ଦିନ ଧରି ଅତିଥି କଳାକାର ଏବଂ SOCH ର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମର ପ୍ରଥମ ଦିନ SOCH ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା କୃଷ୍ଣ ମଙ୍ଗଳାଚାର୍ଯ୍ୟ ସହିତ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟଶିଳ୍ପୀ ମନୋଜ ପ୍ରଧାନ ପ୍ରଥମେ ନୃତ୍ୟ ପରିବେଷଣ କରିଥିଲେ। ସେ ରାଗେଶ୍ରୀ ପଲ୍ଲବୀ ପରିବେଷଣ କରିଥିଲେ । ପରେ ସେ ‘ମୋହନେ ଦେଲି ଚାହିଁ’ରେ ଚମତ୍କାର ଅଭିନୟ କରିଥିଲେ । ଏହା ପରେ SOCHର ନୃତ୍ୟଶିଳ୍ପୀ ମୃଦୁଳା ନାଏକ ସାବେରୀ ପଲ୍ଲବୀ ପରିବେଷଣ କରିଥିଲେ। ଶେଷରେ SOCH ର ଦକ୍ଷ କଳାକାର ମୋନା କପୁର ଏବଂ ତାଙ୍କ ଛାତ୍ରମାନଙ୍କ ଦ୍ୱାରା ଉପସ୍ଥାପିତ ସୁନ୍ଦର କଳାକୃତିର ଅନଲାଇନ୍ ପ୍ରଦର୍ଶନ ହୋଇଥିଲା।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନର ଆରମ୍ଭ SOCH ନୃତ୍ୟଶିଳ୍ପୀ ଆରୁଶୀ ସାମଲଙ୍କ ସରସ୍ୱତୀ ମଙ୍ଗଳାଚାର୍ଯ୍ୟ ସହ ହୋଇଥିଲା । ଏହା ପରେ ସମ୍ମାନିତ ଅତିଥି କଳାକାର ଓଡ଼ିଶୀ ନୃତ୍ୟଶିଳ୍ପୀ ସନ୍ତୋଷ ରାମ ଜୟଦେବଙ୍କ ଗୀତ ଗୋବିନ୍ଦମ୍‌ ପରିବେଷଣ କରିଥିଲେ। ଶେଷରେ ଅଭିନୟା, ଲଳିତା ଲାଭଙ୍ଗ, ଶ୍ରେଷ୍ଠା ପଣ୍ଡା ନୃତ୍ୟ ପରିବେଷଣ କରିଥିଲେ। SOCH ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ କଲ୍ୟାଣ ପଲ୍ଲବୀ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

WCW 11

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

11 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

33 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

40 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

55 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago