ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହି ପଞ୍ଚାୟତରେ ଥିବା ତେନ୍ତୁଳିଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ବଦଳି କରାଯାଇଥିବା ଜାଣିବା ପରେ ଏହାକୁ ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣାରେ ବସିଥିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ। ସ୍କୁଲ ଖୋଲିବା ପରେ ମଦାନୀ ସାର ସ୍କୁଲ ନଆସିବା ଜାଣି ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ତାଲା ପକାଇ ଧାରଣାରେ ବସିବା ସହ ତୁରନ୍ତ ବଦଳି ହୋଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଦାବୀ କରିଥିଲେ।
ପାଖାପାଖି ୪ ଘଣ୍ଟା ଧରି ତାଲା ପଡି ରହିଥିଲା ସ୍କୁଲରେ। ସ୍କୁଲରେ ତାଲା ପଡିବା ଫଳରେ ପିଲା ମାନେ ପରୀକ୍ଷା ଦେଇପାରିନାହାନ୍ତି । ତେବେ ଏହି ଘଟଣାରେ ବ୍ଲକ ଶିକ୍ଷାଧିକାରୀ ହସ୍ତକ୍ଷେପ କରି ଡେପୁଟେସନରେ ଯାଇଥିବା ଶିକ୍ଷକ ୧୫ ଦିନ ପରେ ପୁଣି ଥରେ ଏହି ସ୍କୁଲକୁ ଫେରିବେ ବୋଲି ପ୍ରତିଶୃତି ଦେବାପରେ ସ୍କୁଲରୁ ତାଲା ଖୋଲିଥିଲେ ଅଭିଭାବକମାନେ ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…