ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା,  ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା 

ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ବଦଳି କରାଯାଇଥିବା ଜାଣିବା ପରେ ଏହାକୁ ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣାରେ ବସିଥିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ। 

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହି ପଞ୍ଚାୟତରେ ଥିବା ତେନ୍ତୁଳିଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ବଦଳି କରାଯାଇଥିବା ଜାଣିବା ପରେ ଏହାକୁ ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣାରେ ବସିଥିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ।  ସ୍କୁଲ ଖୋଲିବା ପରେ ମଦାନୀ ସାର ସ୍କୁଲ ନଆସିବା ଜାଣି ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ତାଲା ପକାଇ ଧାରଣାରେ ବସିବା ସହ ତୁରନ୍ତ ବଦଳି ହୋଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଦାବୀ କରିଥିଲେ।

ପାଖାପାଖି ୪ ଘଣ୍ଟା ଧରି ତାଲା ପଡି ରହିଥିଲା ସ୍କୁଲରେ।  ସ୍କୁଲରେ ତାଲା ପଡିବା ଫଳରେ ପିଲା ମାନେ ପରୀକ୍ଷା ଦେଇପାରିନାହାନ୍ତି । ତେବେ ଏହି ଘଟଣାରେ ବ୍ଲକ ଶିକ୍ଷାଧିକାରୀ ହସ୍ତକ୍ଷେପ କରି ଡେପୁଟେସନରେ ଯାଇଥିବା ଶିକ୍ଷକ ୧୫ ଦିନ ପରେ ପୁଣି ଥରେ ଏହି ସ୍କୁଲକୁ ଫେରିବେ ବୋଲି ପ୍ରତିଶୃତି ଦେବାପରେ ସ୍କୁଲରୁ ତାଲା ଖୋଲିଥିଲେ ଅଭିଭାବକମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.