Below header

ଚା’ ନ ମିଳିବାରୁ ଅପରେସନ ମଝିରେ ରୋଗୀକୁ ଛାଡି ପଳାଇଲେ ଡାକ୍ତର

ଅପରେସନ କରୁଥିବା ସମୟରେ ଚା' ନ ମିଳିବାରୁ ରାଗିଯାଇ ରୋଗୀ କୁ ଛାଡ଼ିଦେଇ ପଳେଇଲେ । ଏ ଘଟଣା ଟି ନାଗପୁର ଅଞ୍ଚଳରେ ଘଟିଛି ।

ଚା’ ନ ମିଳିବାରୁ ରାଗିଗଲେ ଡାକ୍ତର। ଚା’ କୁଆଡେ ତାଙ୍କୁ ବହୁତ ଭଲ ଲାଗେ । ଏମିତି ଭଲ ଲାଗେ ଯେ ଯଦି ଠିକ ଟାଇମ ରେ ତାଙ୍କୁ ଚା’ ପିଇବାକୁ ନମିଳୁଛି ତାହେଲେ ସେ ରୋଗୀ କୁ ବି ଛାଡ଼ିଦେବେ । ଯେମିତି ଠିକ ସେ ଏହି ଘଟଣାରେ କରିଛନ୍ତି । ଅପରେସନ କରୁଥିବା ସମୟରେ ଚା’ ନ ମିଳିବାରୁ ରାଗିଯାଇ ରୋଗୀ କୁ ଛାଡ଼ିଦେଇ ପଳେଇଲେ । ଏ ଘଟଣା ଟି ନାଗପୁର ଅଞ୍ଚଳରେ ଘଟିଛି ।

ନାଗପୁରର ମୋୖଡା ତହସିଲର ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରୋଗୀ କୁ ଅପରେସନ ଥିଏଟରରେ ଚଡି ଦେଇ ଚାଲିଯାଇଛନ୍ତି । ଡାକ୍ତର ପ୍ରଥମେ ଚାରିଟି ଅପରେସନ୍ କରିଥିଲେ, କିନ୍ତୁ ତା’ପରେ ସେ ଚା ପିଇବାକୁ ଖୋଜିଲେ। କିନ୍ତୁ ଡାକ୍ତରଖାନାରେ ଚା’ ନ ପାଇବାରୁ ରାଗିଯାଇ ଅପରେସନ୍ ଛାଡିଦେଇ ଚାଲିଗଲେ ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ସିଇଓ ଡାକ୍ତରଙ୍କ ବିରୋଧରେ ତିନିଜଣିଆ ତଦନ୍ତ କମିଟି ଗଠନ କରିଥିଲେ। ସେ କହିଛନ୍ତି ଯେ, ଗତ ନଭେମ୍ବର ୨ ଶୁକ୍ରବାର ଦିନ ଡାକ୍ତରଖାନାରେ ପରିବାର ଯୋଜନା ଅଧୀନରେ ନିରାକରଣ କାର୍ଯ୍ୟ କରାଯାଇଥିଲା। ପଞ୍ଚାୟତ ସମିତି ସଦସ୍ୟଙ୍କ ସୂଚନା ଅନୁଯାୟୀ ଏହି ଅପରେସନ୍ କରିବା ପାଇଁ ରାମଟେକ ଡାକ୍ତରଖାନାର ଡକ୍ଟର ତେଜରଙ୍ଗ ଭାଲଭିଙ୍କୁ ଡକାଯାଇଥିଲା। ସେ ୪ ଟି ଅପରେସନ୍ କରିଥିଲେ ଏବଂ ଶେଷ ଅପରେସନ୍ ଛାଡି ପଳାଇ ଯାଇଥିଲେ। । ରିପୋର୍ଟ ଆସିବା ପରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.