ସୁପ୍ରିମ୍‌କୋର୍ଟରେ ୩ ନୂତନ ବିଚାରପତି ନିଯୁକ୍ତ, କୋଲେଜିୟମ୍‌ କରିଥିଲେ ସୁପାରିଶ

ସୁପ୍ରିମକୋର୍ଟରେ ଗୁରୁବାର ୩ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସହିତ କୋର୍ଟ ବର୍ତ୍ତମାନ ୩୪ ବିଚାରପତିଙ୍କ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ କରିବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ବିଚାରପତିମାନଙ୍କ ପଦୋନ୍ନତି ସମ୍ପର୍କରେ ଘୋଷଣା କରିଛନ୍ତି।

ସୁପ୍ରିମକୋର୍ଟରେ ଗୁରୁବାର ୩ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସହିତ କୋର୍ଟ ବର୍ତ୍ତମାନ ୩୪ ବିଚାରପତିଙ୍କ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ କରିବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ବିଚାରପତିମାନଙ୍କ ପଦୋନ୍ନତି ସମ୍ପର୍କରେ ଘୋଷଣା କରିଛନ୍ତି।

ଏହି ତିନିଜଣ ନୂତନ ବିଚାରପତି ହେଉଛନ୍ତି, ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଅଗଷ୍ଟିନ୍ ଜର୍ଜ ମସିହ ଏବଂ ଗୌହାଟୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ସନ୍ଦୀପ ମେହେଟ୍ଟା। ସୋମବାର ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡି.ଓ୍ଵାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗଭଇ ଓ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ କୋଲେଜିୟମ ଏହି ୩ ଜଣ ବିଚାରପତିଙ୍କ ନାମ ସୁପାରିଶ୍‌ କରିଥିଲେ।

କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା ନିଜ ପ୍ରସ୍ତାବରେ କୋଲେଜିୟମ କହିଥିଲେ ଯେ ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୩୪। ବର୍ତ୍ତମାନ ଏଠାରେ ୩୧ ଜଣ ବିଚାରପତି ଅଛନ୍ତି। କୋର୍ଟରେ ବହୁ ସଂଖ୍ୟାରେ ମାମଲା ବିଚାରାଧୀନ ଅଛି।

କୋଲେଜିୟମ କହିଥିଲେ, ବିଚାରାଧୀନ ମାମଲାଗୁଡ଼ିକର ଦିନକୁ ଦିନ ସଂଖ୍ୟା ବୃଦ୍ଧି ହେତୁ ବିଚାରପତିମାନଙ୍କ ଉପରେ କାର୍ଯ୍ୟ ଭାର ଯଥେଷ୍ଟ ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି କୋଲେଜିୟମ ନାମ ସୁପାରିଶ କରିଥିଲେ, ଯେପରି କୋର୍ଟରେ ବିଚାରପତିଙ୍କର ପୂର୍ଣ୍ଣ ସଂଖ୍ୟା ରହିବ ଏବଂ କୌଣସି ବି ସମୟରେ ପଦବୀ ଖାଲି ପଡ଼ିବ ନାହିଁ।

Leave A Reply

Your email address will not be published.