କେନ୍ଦୁଝର (କେନ୍ୟୁଜ): ମୁଁ ପାଠ ପଢିବି। କିନ୍ତୁ ପଢାଖର୍ଚ୍ଚ ତୁଲାଇବାକୁ ପାଖରେ ସମ୍ବଳ ନାହିଁ। ନିଜ ପଢା ଖର୍ଚ୍ଚ ତୁଲାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍କୁଲ ଛାତ୍ରୀଙ୍କ ଚିଠି। ଶିକ୍ଷୟିତ୍ରୀ ଭାବେ ଚାକିରି କରିଥିବା ମାଆଙ୍କ ଦରମାରୁ ଟଙ୍କା କାଟି ପଢ଼ା ଖର୍ଚ୍ଚ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାତ୍ରୀ ଜଣଙ୍କ ଚିଠି ଲେଖିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଣ୍ରେଣୀରେ ଛାତ୍ରୀଜଣକ ପାଠ ପଢୁଛନ୍ତି।
ବାପାଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଚଳଇବା କଷ୍ଟକର ହୋଇ ପଡୁଥିବାବେଳେ ମେସ ଖର୍ଚ୍ଚ ବହନ କରିବାକୁ ମଧ୍ୟ ବାପାଙ୍କ ପାଖରେ ସାମର୍ଥ୍ୟ ନାହିଁ। ଏଣେ ତାଙ୍କ ମା’ ଗତ ପାଞ୍ଚ ବର୍ଷ ଧରି ସେମାନଙ୍କ ସହ ରହୁନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କ ମା’ ତେଲକୋଇର ଶିରିଗିଡା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଚାକିରି କରିଛନ୍ତି। ଏଭଳି ସ୍ଥିତିରେ ମା’ଙ୍କ ଦରମା ଟଙ୍କାରୁ ଝିଅ ପଢା ଖର୍ଚ୍ଚ ବହନ ପାଇଁ ବାପା ଓ ଝିଅ ଦାବି କରିଛନ୍ତି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…