ରାଜ୍ୟ

କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର: ମହାନଦୀରେ ଉଦଘାଟିତ ହେଲା ଦ୍ୱିତୀୟ ଭାସମାନ ରେସ୍ତୋରାଁ

କଟକ(କେନ୍ୟୁଜ୍):  ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ ର ମଜା ନେବେ ପର୍ଯ୍ୟଟକ।  ଓ୍ୱାଟର ସ୍ପୋର୍ଟସ ସିଂପ୍ଲେଲ ଓ ଓ.ଟି.ଡି.ସିର ମିଳିତ ଆନୁକୂଲ୍ୟରେ ମହାନଦୀରେ ଉଦଘାଟନ ହେଲା ଦ୍ଵିତୀୟ ଭାସମାନ ତିରିଶ ସଂଖ୍ୟା ଵିଶିଷ୍ଟ ରେଷ୍ଟୁରାଣ୍ଟ।ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ ରେଷ୍ଟୁରାଣ୍ଟ ବହୁଳ ଆଦୃତ ହେବା ପରେ ଏହି ଭାସମାନ ରେଷ୍ଟୁରାଣ୍ଟର କରାଯାଇଛି ପରିକଳ୍ପନା ।କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଙ୍କ ଦ୍ଵାରା ଉଦଘାଟିତ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ।ମହାନଦୀ ରେ ବୋଟିଂ ତା ପରେ ପୁଣି ବିସ୍ତୀର୍ଣ୍ଣ ମହାନଦୀର ଜଳ ରାଶି ଭିତରେ ବିଭିନ୍ନ ସୁସ୍ଵାଦ ଖାଦ୍ୟର ମଜା। ଏହି ରେଷ୍ଟୁରାଣ୍ଟ ରେ ଜଣେ ଗୋଟିଏ ଟେବୁଲକୁ ଏକ ଘଣ୍ଟା ପାଇଁ ଦେବାକୁ ପଡିବ ୧୨୦୦ ଟଙ୍କା ।

ସେହିଭଳି ପୁରା ୩୦ ସିଟର ରେଷ୍ଟୁରାଣ୍ଟ ପାଇଁ ୨ ଘଣ୍ଟାରେ ଦେବାକୁ ପଡିବ ୧୦,୦୦୦ଟଙ୍କା।ଯଦି ଆପଣ ଦିନ ୧୦ ଟା ୩୦  ରୁ ଦିନ ୩ ଟା ୩୦ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟର ମଜା ନେବେ ତାହାଲେ ୨୦,୦୦୦ଟଙ୍କା ଦେବାକୁ ପଡିବ। ସେଇଭଳି ଦିନ ୪  ଟା ୩୦  ରୁ ରାତି ୯ ଟା ୩୦  ପର୍ଯ୍ୟନ୍ତ ପୁରା ରେଷ୍ଟୁରାଣ୍ଟକୁ ମଧ୍ୟ ୨୦,୦୦୦ ଦେବାକୁ ପଡିବ। ପୁରା ଦିନ ଓ ପୁରା ରେଷ୍ଟୁରାଣ୍ଟ ପାଇଁ ଦେବାକୁ ପଡିବ ୩୭,୦୦୦ ଟଙ୍କା । ଜନ୍ମଦିନ,ଆନିଭରସାରି ତଥା ବିଭିନ୍ନ ପାର୍ଟି ପାଇଁ ହୋଇଛି ବିଶେଷ ବ୍ୟବସ୍ଥା ।

 

KNews Bureau

Recent Posts

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

8 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

15 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

20 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

24 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

37 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

51 mins ago