Categories: ରାଜ୍ୟ

ବାଲେଶ୍ବର: ଥମିବାର ନାଁ ନେଉନାହିଁ ଧଳା ଜହର କାରବାର, ପୁଣି ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ବାଲେଶ୍ବର (କେନ୍ୟୁଜ୍): ୩୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ। ବାଲେଶ୍ୱର ପୋଲିସ ହାତରେ ଧରାପଡ଼ିଲେ ୩ ଜଣ ବ୍ରାଉନ ସୁଗାର ବେପାରୀ। ସେମାନଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ଜବତ ହୋଇଛି ୩୦୨ ଗ୍ରାମ୍‌ ଧଳା ପାଉଡର। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି ନଗଦ ୯ ଲକ୍ଷ ୪୪ ହଜାର ୮୦ ଟଙ୍କା। ଏହାସହ ମୋବାଇଲ୍‌ ଫୋନ୍‌ ଓ ଦୁଇଟି ବାଇକ୍‌ ବି ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ୩ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲାର ପୀତାମ୍ବର ରାଣା, ଭବାନୀ ପ୍ରସାଦ ସ୍ୱାଇଁ ଓ ବାଲେଶ୍ୱରର ଏସ୍‌. କେ. ହାଇଦର ଅଲ୍ଲୀ। ଏନେଇ ଆଜି ବାଲେଶ୍ୱର ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ପୋଲିସକୁ ଖବର ମିଳିଥିଲା ଖୋର୍ଦ୍ଧା ଜିଲ୍ଲାର ପୀତାମ୍ବର ଓ ଭବାନୀ ବାଲେଶ୍ୱର ଅରଡ଼ ବଜାରର ଏସ୍‌. କେ. ହାଇଦରଙ୍କଠାରୁ ବ୍ରାଉନ୍‌ ସୁଗାର ନେଇ ୯ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ। ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ଖୋର୍ଦ୍ଧା ଚାଲାଣ ପୂର୍ବରୁ ଲୁଣିଆଯୋଡ଼ି ବ୍ରିଜ ମୁକ୍ତିଦ୍ୱାର ପାଖରୁ ସେମାନଙ୍କୁ ଅଟକ ରଖିବା ସହ ଟଙ୍କା ଓ ବ୍ରାଉନ ସୁଗାର ଜବତ କରିଥିଲା ସହଦେବଖୁଣ୍ଟା ଥାନା ପୋଲିସ।

KNews Bureau

Recent Posts

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

5 mins ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

8 mins ago

୨୩ ବର୍ଷ ଧରି ବିଛଣାରେ ରାକେଶ, ଆପଣ ବି ତାଙ୍କ ଅବସ୍ଥା ଦେଖିଲେ କାନ୍ଦି ପକାଇବେ

ବୌଦ୍ଧ (କେନ୍ୟୁଜ) : ଯନ୍ତ୍ରଣା, କଷ୍ଟ । ନାଁ ଶୁଣିଲେ ସୁସ୍ଥ ମଣିଷ ବି ଛାନିଆ ହୋଇଯାଏ । ଏସବୁକୁ…

13 mins ago

ଦୁନିଆର ସବୁଠାରୁ ବଡ଼ ଫୁଲ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି । ଏହି ଉଦ୍ଭିଦଗୁଡିକ ମଧ୍ୟରୁ ଅନେକ ସେମାନଙ୍କର ସୁଗନ୍ଧ ପାଇଁ ଜଣାଶୁଣା…

26 mins ago

ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା…

37 mins ago

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ…

43 mins ago