Below header

ବାଲେଶ୍ବର: ଥମିବାର ନାଁ ନେଉନାହିଁ ଧଳା ଜହର କାରବାର, ପୁଣି ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ବାଲେଶ୍ବର (କେନ୍ୟୁଜ୍): ୩୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ। ବାଲେଶ୍ୱର ପୋଲିସ ହାତରେ ଧରାପଡ଼ିଲେ ୩ ଜଣ ବ୍ରାଉନ ସୁଗାର ବେପାରୀ। ସେମାନଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ଜବତ ହୋଇଛି ୩୦୨ ଗ୍ରାମ୍‌ ଧଳା ପାଉଡର। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି ନଗଦ ୯ ଲକ୍ଷ ୪୪ ହଜାର ୮୦ ଟଙ୍କା। ଏହାସହ ମୋବାଇଲ୍‌ ଫୋନ୍‌ ଓ ଦୁଇଟି ବାଇକ୍‌ ବି ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ୩ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲାର ପୀତାମ୍ବର ରାଣା, ଭବାନୀ ପ୍ରସାଦ ସ୍ୱାଇଁ ଓ ବାଲେଶ୍ୱରର ଏସ୍‌. କେ. ହାଇଦର ଅଲ୍ଲୀ। ଏନେଇ ଆଜି ବାଲେଶ୍ୱର ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ପୋଲିସକୁ ଖବର ମିଳିଥିଲା ଖୋର୍ଦ୍ଧା ଜିଲ୍ଲାର ପୀତାମ୍ବର ଓ ଭବାନୀ ବାଲେଶ୍ୱର ଅରଡ଼ ବଜାରର ଏସ୍‌. କେ. ହାଇଦରଙ୍କଠାରୁ ବ୍ରାଉନ୍‌ ସୁଗାର ନେଇ ୯ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ। ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ଖୋର୍ଦ୍ଧା ଚାଲାଣ ପୂର୍ବରୁ ଲୁଣିଆଯୋଡ଼ି ବ୍ରିଜ ମୁକ୍ତିଦ୍ୱାର ପାଖରୁ ସେମାନଙ୍କୁ ଅଟକ ରଖିବା ସହ ଟଙ୍କା ଓ ବ୍ରାଉନ ସୁଗାର ଜବତ କରିଥିଲା ସହଦେବଖୁଣ୍ଟା ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.