ପବନରେ ଉଡ଼ୁଥିବାର ନଜର ଆସିଲା ଭୂତ, ଦେଖିଲା ପରେ ଲୋକଙ୍କର ଉଡ଼ିଗଲା ହୋସ୍‌

ଦୁନିଆରେ ଏହି କଥାକୁ ନେଇ ସବୁବେଳେ ବିବାଦ ଦେଖାଦେଇଛି ଯେ ପ୍ରକୃତରେ ଭୂତ ଅଛନ୍ତି ନା ନାହାନ୍ତି। ଅନେକ ଲୋକଙ୍କ ସହ ଏଭଳି ଘଟଣା ଘଟିଛି, ଯେଉଁଥିରୁ ଜଣାପଡ଼ିଥାଏ, ଭୂତଙ୍କର ଉପସ୍ଥିତି ରହିଛି। ଏହାସତ୍ତ୍ୱେ ବୈଜ୍ଞାନିକମାନେ କହିଥାଆନ୍ତି, ଭୂତ କେବଳ କଳ୍ପନାରେ ହିଁ ହୋଇଥାଏ। ଏହାର କୌଣସି ଅସ୍ତିତ୍ୱ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିଲେ, ଆପଣ ମଧ୍ୟ ଏହା ବିଶ୍ୱାସ କରିବେ ଯେ ବାସ୍ତବରେ ଭୂତଙ୍କର ଉପସ୍ଥିତି ରହିଛି।

ଧୀରେ ଧୀରେ ଉଡ଼ିବାକୁ ଲାଗିଲା

ୟୁଟ୍ୟୁବରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଭୂତ ପ୍ରଥମେ ଭୂମିରେ ଚାଲୁଛି ଏବଂ ହଠାତ୍‌ ପବନରେ ଉଡ଼ିବା ଆରମ୍ଭ କରିଦେଉଛି। ଭୂତ ପବନରେ ପାଖାପାଖି ୩୦ ସେକେଣ୍ଡ ପାଇଁ ଉଡ଼ୁଛି। ଏହାପରେ ପୁଣି ତଳକୁ ଓହ୍ଲାଉଛି। ନିକଟରେ ଥିବା ଏକ ଅଟ୍ଟାଳିକାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ପୂରା ଦୃଶ୍ୟ କଏଦ ହୋଇଛି। ଏହି ଭିଡିଓକୁ ୟୁଟ୍ୟୁବରେ ଗତ ୫ ମାସ ହେବ ଅପଲୋଡ୍‌ କରାଯାଇଛି। ଏ ପଯ୍ୟର୍ନ୍ତ ୧୪,୫୦୦ରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଦେଖିସାରିଲେଣି।

ଏହାସହ ପଢ଼ନ୍ତୁ: ଚିକିତ୍ସା କରିବା ପାଇଁ ଏ କି ଅଜବ ତରିକା? ରୋଗୀଙ୍କ ଦେହରେ ହିଁ ଆଲକହଲ୍‌ ଢାଳି ଲଗାଇ ଦିଅନ୍ତି ନିଆଁ

କ’ଣ କହିଛନ୍ତି ଲୋକେ

ୟୁଟ୍ୟୁବରେ ଜଣେ ୟୁଜର କହିଛନ୍ତି, ଏହା ଫିଲ୍ମରୁ କଟାଯାଇଥିବା କୌଣସି ଏକ ସିନ୍‌। ଆଉ ଜଣେ କହିଥିଲେ, ଯଦି କୌଣସି ମଣିଷ ଏଭଳି ଉଡ଼ୁଛି, ତା’ହେଲେ ଏହା ଅଦ୍ଭୁତ। ସେହିପରି ଆଉ ଜଣେ ୟୁଜର କହିଥିଲେ କି, ଆତ୍ମା ଅଛି, ଯିଏ କେଉଁଠିକୁ ଯିବାକୁ ଚେଷ୍ଟା କରୁଛି। ଚତୁର୍ଥ ଜଣକ କହିଥିଲେ, ଡ୍ରୋନ୍‌ ଦ୍ୱାରା କରାଯାଇଥିବା ଏହା ଏକ ହରକତ, ଯେଉଁଥିରେ କୌଣସି ଜିନିଷକୁ ଧୀରେ ଧୀରେ ଉଡ଼ାଯାଉଛି। କହି ରଖୁଛୁ କି, ଭୂତ ସମ୍ବନ୍ଧିତ ଏହା କୌଣସି ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏମିତି ବହୁତ ଘଟଣା ଘଟିଛି, ଯେଉଁଥିରୁ ଜଣାପଡ଼ିଛି ଦୁନିଆରେ ଅନେକ ଶକ୍ତି ରହିଛି, ଯାହା ପବନରେ କିଛି ବି କରିପାରେ।