ଭାରତର ଏୟାରଷ୍ଟ୍ରାଇକ୍‌ରେ ମୃତ ଯବାନଙ୍କ ପାଇଁ ସ୍ମାରକୀ ବନାଇଲା ପାକ୍‌, ପୂର୍ବରୁ କେହି ମରିନଥିବା କହୁଥିଲା

ଇସଲାମାବାଦ: ପୁଣିଥରେ ପାକିସ୍ତାନର ମିଛ ଧରାପଡ଼ିଛି। ଫେବୃଆରୀ ୨୭ ତାରିଖରେ ଭାରତୀୟ ବାୟୁସେନାର ଏୟାର ଷ୍ଟାଇକ୍‌ରେ ମୃତ ପାକିସ୍ତାନୀ ପାଇଲଟ୍‌ଙ୍କ ସ୍ମୃତିରେ ପାକ୍‌ ସ୍ମାରକୀ ନିର୍ମାଣ କରିଛି। ତେବେ ପୂର୍ବରୁ ପାକିସ୍ତାନ ନିଜ ପାଇଲଟ୍‌ଙ୍କୁ ଆପଣାଇବାକୁ ମନା କରିଥିଲା। ଏହି ସ୍ମୃତିସ୍ତମ୍ଭରେ ପାକିସ୍ତାନ ମୃତ ପାଇଲଟ୍‌ଙ୍କ ନାଁ ଉଲ୍ଲେଖ କରିନାହିଁ।

ଏହି ସ୍ମୃତିସ୍ତମ୍ଭରେ ପାକିସ୍ତାନ ଏମରାମ ମିସାଇଲ ଦ୍ୱାରା ସୁଖୋଇକୁ ଧ୍ୱଂସ କରାଯାଇଥିବା ଲେଖାଯାଇଛି। ସୁଖୋଇ-୩୦ MKI କୁ PAF F-16 ଉଡ଼ାଉଥିବା ପାକ୍‌ ସ୍କ୍ଵାଡ୍ରନ୍‌ ଲିଡର ହସନ୍‌ ମହମୁଦ ସିଦ୍ଦକୀ AIM-120 ମିସାଇଲ୍‌ ବ୍ୟବହାର କରି ଧ୍ୱଂସ କରିଥିଲେ। ଏହି ସ୍ମାରକୀରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବିମାନ ମିଗ୍‌-୨୧ ଓ୍ଵାଇସନ୍‌ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ ରହିଛି।

ଭାରତୀୟ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ୍‌ଙ୍କ ବିମାନ ମିଗ୍‌-୨୧ ଓ୍ଵାଇସନ୍‌ ପାକିସ୍ତାନ୍‌ର ଏଫ୍‌-୧୬କୁ ଧ୍ୱଂସ କରିଥିଲା। ଏହାପରେ ଅଭିନନ୍ଦନଙ୍କ ବିମାନ ପିଓକେରେ ପଡ଼ିଯାଇଥିଲା। ଫଳରେ ପାକିସ୍ତାନୀ ସେନା ତାଙ୍କୁ ନିଜ କବ୍ଜାକୁ ନେଇଯାଇଥିଲା। ତେବେ ୪୮ ଘଣ୍ଟା ମଧ୍ୟରେ ଭାରତ କୂଟନୀତି ପ୍ରୟୋଗ କରି ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା।

ଏହାସହ ପଢ଼ନ୍ତୁ: ମାନିଗଲେ ବଡ଼ବୋଲା ଇମ୍ରାନ୍‌; କହିଲେ, ଭାରତ ସହ ଯୁଦ୍ଧ କଲେ ଆମେ ହାରିଯିବୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.