ସମ୍ବଲପୁରରେ ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ, ବାକି ଦୁଇ ଜଣ ଫେରାର
ସମ୍ବଲପୁର (କେନ୍ୟୁଜ୍) : ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ। ସେମାନଙ୍କୁ ଗିରଫ କରିଛି ଚାରମାଳ ଥାନା ପୋଲିସ। ଗ୍ୟାଙ୍ଗର ଅନ୍ୟ ଦୁଇ ଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି। ୭ ଜଣିଆ ଡକାୟତ ଗ୍ୟାଙ୍ଗ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟାପାଟ କରୁଥିଲେ। ଟାର୍ଗେଟ କରୁଥିଲେ ଜଙ୍ଗଲ ଓ ନିଛାଟିଆ ରାସ୍ତାରେ ଟ୍ରକ୍ ଓ ବାଇକ୍ ଚାଳକଙ୍କୁ। ଗତ ୧୧ ତାରିଖରେ ଚାରମାଳ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଜଙ୍ଗଲ ନିକଟରେ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୨୪ ହଜାରରୁ ଅଧିକ ଟଙ୍କା ଲୁଟ୍ କରିଥିଲେ। ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶରେ ଡକାୟତ ଗ୍ୟାଙ୍ଗକୁ କାବୁ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତଙ୍କ ନାଁରେ ସମ୍ବଲପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।