ଚିକିତ୍ସା କରିବା ପାଇଁ ଏ କି ଅଜବ ତରିକା? ରୋଗୀଙ୍କ ଦେହରେ ହିଁ ଆଲକହଲ୍‌ ଢାଳି ଲଗାଇ ଦିଅନ୍ତି ନିଆଁ

ଆଜିକା ସମୟରେ ବିଜ୍ଞାନ ବହୁତ ଅଗ୍ରଗତି କଲାଣି। ନୂଆ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଅନେକ ଦୁରାରୋଗ ମଧ୍ୟ ଭଲ ହେଲାଣି। ତେବେ ଏହାରି ଭିତରେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯାହା ଟେକ୍ନୋଲୋଜି ତୁଳନାରେ ବହୁତ ଆଶ୍ଚଯ୍ୟର୍ଜନକ ଅଟେ। ହେଲେ ଆଜି ବି ଲୋକେ ସେହି ବିଚିତ୍ର ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି।

fire44

ଭାରତର ପଡ଼ୋଶୀ ଦେଶ ଚୀନ୍‌, ଯିଏ ନିଜ ଟେକ୍ନୋଲୋଜି ପାଇଁ ପୂରା ବିଶ୍ୱରେ ପ୍ରସିଦ୍ଧ। କୌଣସି ବି ଜିନିଷକୁ ନକଲି କରିବା ପାଇଁ ଚୀନ୍‌ ସବୁଠାରୁ ଆଗରେ ରହିଥାଏ। କିନ୍ତୁ ଆଜି ଆମେ ଚୀନର କୌଣସି ଟେକ୍ନୋଲୋଜି ବିଷୟରେ କହିବାକୁ ଯାଉନୁ, ବରଂ ଏଠାରେ ରୋଗ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଏକ ଅଜବ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକି ସମସ୍ତଙ୍କୁ ଚକିତ କରିଦେବ। ଏହି ପଦ୍ଧତିରେ ରୋଗୀଙ୍କ ଶରୀରରେ ଆଲ୍‌କହଲ ଢାଳି ନିଆଁ ଲଗାଇ ଦିଆଯାଏ।

ଏହାସହ ପଢ଼ନ୍ତୁ: ଯୁବତୀଙ୍କ ଅଜବ ଲାଇଫଷ୍ଟାଇଲ୍‌, ମୋବାଇଲ୍‌ ସହ ନିଜ ହାତକୁ ବି କରିଥାଆନ୍ତି ଚାର୍ଜ

fire33

 

ଏହି ଚିକିତ୍ସା ପଦ୍ଧତିକୁ ସାଧାରଣତଃ ବାଞ୍ଝପଣ, ଅଜୀର୍ଣ୍ଣ ରୋଗ, କ୍ୟାନସର, ଚାପ, ବିଷାଦ ଆଦିକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ। ଲୋକଙ୍କ କହିବା ଅନୁଯାୟୀ, ଏହି ପଦ୍ଧତି ବେଶ୍‌ ପ୍ରଭାବଯୁକ୍ତ। ଏଥିପାଇଁ ଏହାକୁ ବିଗତ ୧୦୦ ବର୍ଷ ହେବ ଆପଣାଯାଉଛି। ନିଆଁ ଲଗାଇ ଚିକିିତ୍ସା କରିବାର ଏହି ତରିକାକୁ ଫାୟାର ଥେରାପି କୁହାଯାଏ। ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଥାଏ।

fire22

ଏଥିରେ ରୋଗୀର ଅଣ୍ଟାରେ ଜଡ଼ିବୁଟିର ଏକ ଲେପ ଲଗାଯାଇଥାଏ। ଲେପ ଲଗାଇବା ପରେ ତଉଲିଆରେ ଢଙ୍କାଯାଇ ତାହା ଉପରେ ପାଣି କିମ୍ବା ଆଲକହଲ୍‌ ଛିଟିକାଯାଏ। ଏହାପରେ ସେଥିରେ ନିଆଁ ଲଗେଇ ଦିଆଯାଏ। କୁହାଯାଏ କି, ଜଡ଼ିବୁଟି ଲେପ ଏବଂ ନିଆଁର ଗରମରୁ ରୋଗୀକୁ ଉପଶମ ମିଳିଥାଏ। ଚୀନରେ ଦୀର୍ଘବର୍ଷରୁ ଚାଲିଆସୁଥିବା ଏହି ଚିକିିତ୍ସା ପଦ୍ଧତି ଦ୍ୱାରା ଶରୀରରେ ଥଣ୍ଡା ଏବଂ ଗରମ ମଧ୍ୟରେ ଏକ ତାଳମେଳ ରଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.