ପିତୃପକ୍ଷରେ କ’ଣ ଖାଇବା ଉଚିତ ଏବଂ କ’ଣ ଅନୁଚିତ, ଜାଣିନିଅନ୍ତୁ ସବୁକିଛି
ଚଳିତବର୍ଷ ସେପ୍ଟେମ୍ବର ୧୩ ତାରିଖରୁ ପିତୃପକ୍ଷ ଆରମ୍ଭ ହୋଇଯାଇଛି। ସନାତନ ଧର୍ମ ଅନୁଯାୟୀ ପିତୃପକ୍ଷରେ ପୂର୍ବଜ ଏବଂ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଏ। ଏହି ପନ୍ଦର ଦିନ ପିତୃପୁରୁଷକୁ ସମର୍ପିତ କରାଯାଇଥାଏ। ସେଥିପାଇଁ ଏହି ସମୟରେ ଅନେକ ଜିନିଷ ଖାଇବାକୁ ବାରଣ କରାଯାଇଥାଏ। ଏଭଳି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଯେଉଁ ରସାୟନ ଉତ୍ପାଦ ହୋଇଥାଏ, ତାହା ଆମ୍ଭ ଏକାଗ୍ରତାକୁ ଭଙ୍ଗ କରିଥାଏ।
ଧାର୍ମିକ ଦୃଷ୍ଟିକୋଣରୁ ପିତୃପକ୍ଷ ସମୟରେ ପିଆଜ, ରସୁଣ, ମାଂସ, ଅଣ୍ଡା ଏବଂ ମଦିରା ପାନ କରିବା ନିଷେଦ୍ଧ। କେବଳ ଏତିକି ନୁହେଁ, ଏହା ସହିତ ଆପଣ ଅନେକ ଡାଲିଜାତୀୟ ଜିନିଷ ଯେପରିକି ମସୁର, ବିରି, ଚଣା, ସୋରିଷ, କଳାଲୁଣ, କଳାଜିରା ଇତ୍ୟାଦି ଖାଇବା ଉଚିତ ନୁହେଁ। ଏହାମଧ୍ୟରେ ଥିବା ଅନେକ ଜିନିଷ ଆମ ଶରୀରରେ ଗ୍ୟାସ ସମସ୍ୟା ବଢାଇବା କାମ କରୁଥିବା ବେଳେ ଅନ୍ୟ କେତେକ ଖାଦ୍ୟ ନିଜ ଆଡକୁ ଆକର୍ଷିତ କରିଥାଏ। ଦୁଇଟି ଯାକ ପରିସ୍ଥିତିରେ ମନକୁ ଶାନ୍ତ ରଖିବାରେ ସମସ୍ୟା ହୋଇପାରେ। ଏଭଳି ଗରିଷ୍ଠ ଖାଦ୍ୟ ଖାଇବା ଦ୍ୱାରା ଧ୍ୟାନ ଏପଟସେପଟ ହୋଇଥାଏ, ଯାହା ଫଳରେ ପୂଜାର୍ଚ୍ଚନା ସଠିକ ଭାବେ ହୋଇପାରେ ନାହିଁ। ସେଥିପାଇଁ ଧାର୍ମିକ ଭାବେ ଏହି ଜିନିଷକୁ ଅପବିତ୍ର ବୋଲି ଧରାଯାଏ।
ଏହାସହ ପଢନ୍ତୁ ; ଅନ୍ଧବିଶ୍ୱାସ ନୁହେଁ ସତ୍ୟ! ଏହି ଜାଗାରେ ପିତୃପୁରୁଷ ସିଧାସଳଖ ପାଇଥାନ୍ତି ଶ୍ରାଦ୍ଧ
ଏହାଛଡା ଏହି ସମୟରେ ଆହୁରି ଅନେକ ଜିନିଷ କରିବାକୁ ବାରଣ କରାଯାଇଥାଏ। ଯେପରିକି ମଇଳା ଡ୍ରେସ ପିନ୍ଧିବା, କେଶ କାଟିବା, ନଖ କାଟିବା, ସେଭିଂ ଇତ୍ୟାଦି କରିବାକୁ ବାରଣ କରାଯାଇଛି। ଯେଉଁମାନେ ପିତୃପକ୍ଷରେ ଶ୍ରାଦ୍ଧ ଦିଅନ୍ତି , ଏହି ନିୟମ ସେମାନଙ୍କ ଲାଗୁ ହୋଇଥାଏ। ଏହିସମୟରେ ସାତ୍ତ୍ୱିକ ଜୀବନଶୈଳୀ ମଧ୍ୟ ଆପଣାଇବାକୁ ପରାମର୍ଶ ଦିଆଯାଏ। ପିତୃ ପକ୍ଷ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ବାରଣ କରାଯାଏ। ସନ୍ଧ୍ୟା ସମୟରେ ଦେଶୀ ଘିଅରେ ଦୀପ ଜାଳିବା ଦ୍ୱାରା ପିତୃକୃପା ମିଳିଥାଏ ବୋଲି କୁହାଯାଏ।