ଶେଷରେ ନିଜ ରୋଗ ବିଷୟରେ ପ୍ରକାଶ କଲେ ଇଲିୟାନା ଡିକ୍ରୁଜ,ଏମିତି ବେମାରୀ କେତେବେଳେ କିଛି ବି ହୋଇ ପାରେ

ବଲିଉଡ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ଆଜିକାଲି ନିଜର ବ୍ରେକଅପକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଶୁଣାଯାଉଛି ଯେ ଇଲିୟାନା ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ତାପରେ ଦୁଇଜଣଙ୍କ ମଧ୍ୟରୁ କେହିବି ବୁଝିବା ପାଇଁ ରାଜି ହେଲେ ନାହିଁ । ନିକଟରେ ଇଲିୟାନା ନିଜର ଏକ ବେମାରୀ ବିଷୟରେ ପ୍ରକାଶ କରିଛନ୍ତି ଯାହା ଶୁଣିବା ପରେ ତାଙ୍କର ଫ୍ୟାନ୍ସ ମାନେ ବହୁତ ଚିନ୍ତିତ ହୋଇ ପଡିଛନ୍ତି ।

ileana dcruz

ଶନିବାର ଇଲିୟାନା ନିଜର ପ୍ରଶଂସକ ମାନଙ୍କୁ ଟ୍ୱିଟର ମାଧ୍ୟମରେ ଜଣାଇ ଥିଲେ ଯେ ତାଙ୍କୁ ନିଦରେ ଚାଲିବାର ବେମାରୀ ରହିଛି ଏବଂ ସେଥିପାଇଁ ତାଙ୍କ ପାଦରେ ଘା ହୋଇଯାଇଥାଏ । ସେ ଲେଖିଥିଲେ ” ମୁଁ ବର୍ତ୍ତମାନ ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ମାନୁଛି ଯେ ମୋତେ ନିଦରେ ଚାଲିବାର ବେମାରୀ ରହିଛି । ବୋଧହୁଏ ଏପରି ଅଟେ କାରଣ ସକାଳୁ ଉଠିବା ପରେ ଯେତେବେଳେ ରହସ୍ୟମୟ ଭାବରେ ମୋ ପାଦରେ ଆଘାତ ଓ ଘା ଦେଖିବାକୁ ମିଳିଥାଏ ସେତେବେଳେ ଏହାକୁ ବୁଝିବା ପାଇଁ ଅନ୍ୟ କୌଣସି ରାସ୍ତା ବାକି ନଥାଏ। ”

Ileana D’Cruz

ଇଲିୟାନାଙ୍କର ଏହି ପୋଷ୍ଟ ପଢିବା ପରେ ତାଙ୍କର ଫ୍ୟାନ୍ସ ମାନଙ୍କ ମଧ୍ୟରେ ବଢୁଥିବା ଚିନ୍ତା ଦେଖିବାକୁ ମିଳିଛି । କିଛି ଲୋକ ତାଙ୍କୁ ଡାକ୍ତର ପାଖକୁ ଯିବାକୁ ପରାମର୍ଶ ଦେଇଥିବା ବେଳେ କେହିକେହି ତାଙ୍କୁ ନିଜ ରୁମରେ କ୍ୟାମେରା ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ‘ଯେତେବେଳେ ଆପଣ ନିଦରୁ ଉଠୁଛନ୍ତି ସେତେବେଳେ ଆପଣ ନିଜକୁ ବେଡ଼ରେ ପାଉଛନ୍ତି କିମ୍ବା ଅନ୍ୟ କେଉଁଠି । ଯଦି ଆପଣ ନିଜକୁ ଅନ୍ୟ ସ୍ଥାନରେ ପାଉଛନ୍ତି ତାହେଲେ ଏହା ସ୍ଲିପ ବ୍ରେକିଙ୍ଗ ଅଟେ । ଅନ୍ୟଥା ଆପଣ ଭୁତ ମାନଙ୍କର ଶିକାର ହୋଇପାରନ୍ତି। ‘

Image result for ileana d'cruz

ଏହାସହ ପଢନ୍ତୁ ଯେତେବେଳେ ରଣବୀର କପୁରଙ୍କ ଭଉଣୀ ଉପରେ ଲାଗିଥିଲା ଚୋରିର ଆରୋପ, ମାଗିବାକୁ ପଡିଥିଲା କ୍ଷମା

ଇଲିୟାନାଙ୍କର ଏହି ପୋଷ୍ଟରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି ‘ମୋର ଜଣେ ବନ୍ଧୁ ସ୍ଲିପୱାର୍କ କରନ୍ତି । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଟ୍ରିଗର୍ସରୁ ବଂଚିବା ପାଇଁ ନିଜକୁ ଖୁସି ରଖନ୍ତୁ । ହାଉସ କ୍ୟାମେରା, ମ୍ୟାଟ ଆଲାର୍ମ, ଡୋର ଆଲାର୍ମ ଇତ୍ୟାଦି କିଣି ବ୍ୟବହାର କରନ୍ତୁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.