ରାଜ୍ୟ

ଆଜିଠାରୁ ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜିଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ଆଜି ଓ କାଲି ଦୁଇ ଦିନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରେରୀତ ଆରଏମଆରସି ଦଳ ମିଳିତ ଭାବେ ସର୍ଭେ କାମ କରୁଛନ୍ତି । ଭୁବନେଶ୍ୱରରୁ ଆସି ଥିବା ଆରଏମଆରସି ଦଳରେ ୧୬ଜଣ ସଦଶ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ବୈଜ୍ଞାନିକ, ରିସର୍ଚ୍ଚ ଆସିଷ୍ଟାଣ୍ଡ, ଡାଟା ମେନେଜର, ଲାବରୋଟେରୀ ଟେକ୍ନିସିୟାନ, ସୁପରଭାଇଜର ମାନେ ରହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ୧୬ଟି ୱାର୍ଡକୁ ୨୦ଟି କ୍ଲଥଷ୍ଟୋରରେ ବିଭକ୍ତ କରାଯାଇ ପ୍ରତ୍ୟେକ କ୍ଲଥଷ୍ଟୋରରୁ ୫୦ଟି ରକ୍ତ ନମୁନା ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ସେହିପରି ଆସିଥିବା ଆରଏମଆରସି ଦଳକୁ କିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଲାବରୋଟେରୀ ଟେକ୍ନିସିୟାନ ଓ ଷ୍ଟାପନର୍ସଙ୍କୁ ନିୟୋଜୀତ କରାଯାଇ ୫ଟି ଦଳରେ ବିଭକ୍ତ କରାଯାଇ ରକ୍ତ ନମୁନା ସଂଗ୍ରହ ଆରମ୍ଭ କରାଯାଇଛି । ତେବେ ଏହି ରକ୍ତ ନମୁନାରୁ ସିରମର ଟେଷ୍ଟ କରାଯାଇ କରୋନା ଦ୍ୱାରା କେଉଁ ସ୍ଥାନରେ, କେଉଁବର୍ଗରେ, କେତେ ଅଧିକା ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ଏଣ୍ଟିବଡି କେତେ ହୋଇପାରିଛି ତାହାର ତଥ୍ୟ ବାହାରିବ ଆରଏମଆରସି ଦଳର ନେତୃତ୍ୱ ନେଉଥିବା ବୈଜ୍ଞାନୀକ ଜୟସିଙ୍ଗ କ୍ଷେତ୍ରୀ ଜଣାଇଛନ୍ତି । ତେବେ ଏହି ନମୁନା ଗୁଡିକ ଭୁବନେଶ୍ୱର ପଠାଯିବ ଏବଂ ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଜଣାଯିବ ବୋଲି ଶ୍ରୀ କ୍ଷେତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

KNews Bureau

Recent Posts

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

47 seconds ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

6 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

18 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

25 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

29 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

30 mins ago