ଆଜିଠାରୁ ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜିଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ଆଜି ଓ କାଲି ଦୁଇ ଦିନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରେରୀତ ଆରଏମଆରସି ଦଳ ମିଳିତ ଭାବେ ସର୍ଭେ କାମ କରୁଛନ୍ତି । ଭୁବନେଶ୍ୱରରୁ ଆସି ଥିବା ଆରଏମଆରସି ଦଳରେ ୧୬ଜଣ ସଦଶ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ବୈଜ୍ଞାନିକ, ରିସର୍ଚ୍ଚ ଆସିଷ୍ଟାଣ୍ଡ, ଡାଟା ମେନେଜର, ଲାବରୋଟେରୀ ଟେକ୍ନିସିୟାନ, ସୁପରଭାଇଜର ମାନେ ରହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ୧୬ଟି ୱାର୍ଡକୁ ୨୦ଟି କ୍ଲଥଷ୍ଟୋରରେ ବିଭକ୍ତ କରାଯାଇ ପ୍ରତ୍ୟେକ କ୍ଲଥଷ୍ଟୋରରୁ ୫୦ଟି ରକ୍ତ ନମୁନା ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ହୋଇଛି ।

survey3ସେହିପରି ଆସିଥିବା ଆରଏମଆରସି ଦଳକୁ କିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଲାବରୋଟେରୀ ଟେକ୍ନିସିୟାନ ଓ ଷ୍ଟାପନର୍ସଙ୍କୁ ନିୟୋଜୀତ କରାଯାଇ ୫ଟି ଦଳରେ ବିଭକ୍ତ କରାଯାଇ ରକ୍ତ ନମୁନା ସଂଗ୍ରହ ଆରମ୍ଭ କରାଯାଇଛି । ତେବେ ଏହି ରକ୍ତ ନମୁନାରୁ ସିରମର ଟେଷ୍ଟ କରାଯାଇ କରୋନା ଦ୍ୱାରା କେଉଁ ସ୍ଥାନରେ, କେଉଁବର୍ଗରେ, କେତେ ଅଧିକା ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ଏଣ୍ଟିବଡି କେତେ ହୋଇପାରିଛି ତାହାର ତଥ୍ୟ ବାହାରିବ ଆରଏମଆରସି ଦଳର ନେତୃତ୍ୱ ନେଉଥିବା ବୈଜ୍ଞାନୀକ ଜୟସିଙ୍ଗ କ୍ଷେତ୍ରୀ ଜଣାଇଛନ୍ତି । ତେବେ ଏହି ନମୁନା ଗୁଡିକ ଭୁବନେଶ୍ୱର ପଠାଯିବ ଏବଂ ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଜଣାଯିବ ବୋଲି ଶ୍ରୀ କ୍ଷେତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.