Below header

ଯାଜପୁର ନୂଆଗାଁ ଅଂଚଳରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯାଜପୁର ଟାଉନ : ଯାଜପୁର ଟାଉନ ଥାନା ରାମମନ୍ଦୀର ନୂଆଗାଁ ଅଂଚଳରେ ବଧୂହତ୍ୟା ଅଭିଯୋଗ । ମୃତକ ହେଲେ ଦିପ୍ତରଂଜନ ପାତ୍ରଙ୍କ ପତ୍ନୀ ଜ୍ୟୋତିରାଣୀ । ଜ୍ୟୋତିରାଣୀ ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା ।  ଅଧିକ ଯୌତୁକ ପାଇଁ ଶାଶୁ ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଏହାକୁ ନେଇ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଏଥିପାଇଁ ଜ୍ୟୋତିରାଣୀ ନିଜ ବାପ ଘରକୁ କିଛି ମାସ ତଳେ ପଳାଇ ଆସିଥିଲେ ।

କିନ୍ତୁ ଶାଶୁ ଘର ଲୋକେ ପୁଣି ବୁଝାସୁଝା କରି ଘରକୁ ଆଣିଥିଲେ। ତଥାପି ନିର୍ଯ୍ୟାତନା କମିନଥିଲା। ହଠାତ୍ ତାଙ୍କର ଗତକାଲି ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ।ଏ ନେଇ ଜ୍ୟୋତିରାଣୀଙ୍କ ବାପ ଘର ପକ୍ଷରୁ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ୱାମୀ ଦିପ୍ତିରଂଜନଙ୍କୁ ଅଟକ ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.