DRDO ରେ ଖାଲିପଡିଛି ରିସର୍ଚ୍ଚ ଆସୋସିଏଟ ପଦବୀ, ଦରମା ୫୪ ହଜାରରୁ ଆରମ୍ଭ, ଏମିତି କରନ୍ତୁ ଆବେଦନ

DRDO ରେ ଚାକିରି କରିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଠାରେ ଚାରିଟି ଖାଲିପଡିଥିବା ରିସର୍ଚ୍ଚ ଆସୋସିଏଟ ପଦବୀ। ଦରମା ୫୪ ହଜାରରୁ ଆରମ୍ଭ। DRDO ରେ ରିସର୍ଚ୍ଚ ଆସୋସିଏଟ ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ହାଇଦ୍ରାବାଦ ରିସର୍ଚ୍ଚ ସେଣ୍ଟର ଇମାରତ(RCI) ରେ ହେବ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସକୁ ୫୪ ହଜାର ଦରମା ମିଳିବ। ଚୟନ ହେବା ପ୍ରାର୍ଥୀ ଚୁକ୍ତିଭିତ୍ତିକ ଭାବେ ଦୁଇବର୍ଷ ଯାଏଁ କାମ କରିବ। ଏହି ସମୟରେ ୫୪ ହଜାର ଦରମା ମିଳିବ।

ପଦବୀ ବିବରଣୀ:

66

ରିସର୍ଚ୍ଚ ଆସୋସିଏଟ : ୪

ଶିକ୍ଷାଗତ ଯୋଗ୍ୟତା : ବିଜ୍ଞାନରେ ସ୍ନାତକ କରିଥିବା ସହ ପ୍ରଥମ ଶ୍ରେଣୀରେ ଉନ୍ନିତ ଏବଂ ପଦାର୍ଥ ବିଜ୍ଞାନ/ ଲେଜର ଫିଜକ୍ସ/ ଆଟମିକ୍‌ ଫିଜକ୍ସ ସହ ଚାରିବର୍ଷର ରିସର୍ଚ୍ଚ ଅଭିଜ୍ଞତା ଥିବା ଆବଶ୍ୟକ। ଏମ୍‌ ଟେକ୍‌ରେ ପ୍ରଥମ ଶ୍ରେଣୀ ହାସଲ କରିଥିବା ଆବଶ୍ୟକ। ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି।

ଏମିତି କରନ୍ତୁ ଆବେଦନ : ପ୍ରଥମେ ଅଫିସିଆଲ େଓ୍ଵବସାଇଟକୁ ଯାଇ ସର୍ତ୍ତାବଳୀକୁ ଭଲ ଭାବେ ପଢିନିଅନ୍ତୁ। ତା’ ପରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆଧାର ନମ୍ବର, ଫୋନ ନମ୍ବର ଇମେଲ ଠିକଣା ଏବଂ ପଦବୀ ଚୟନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.