ଘୂର୍ଣ୍ଣିଝଡ ‘ସାଲେ’ ଯୋଗୁଁ ମେକ୍ସିକୋରେ ତୈଳ ଉତ୍ପାଦନ ବାଧାପ୍ରାପ୍ତ, କମିଲା ଏକ ତୃତୀୟାଂଶ ତୈଳ ଉତ୍ପାଦନ

ଆମେରିକାରେ ଘୂର୍ଣ୍ଣିବଳୟ ସାଲେ ତାଣ୍ଡବ ଆରମ୍ଭ କରିଛି । ଗତ ମଙ୍ଗଳବାର ସାଲେ ମେକ୍ସିକୋର ଗଲ୍ଫ କୋଷ୍ଟ ଅଞ୍ଚଳରେ ନିଜର କରାଳ ରୂପ ଦେଖାଇଥିଲା। ଏହା ଫଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଆମେରିକାର ଏକ ତୃତୀୟାଂଶ ତୈଳ ଉତ୍ପାଦନ କେନ୍ଦ୍ର ବନ୍ଦ ହୋଇଯାଇଥିଲା । ତେବେ ମଙ୍ଗଳବାର ଦିନ ସାଲେ ଦୁର୍ବଳ ହେବାରୁ ୧୪୦ କିଲୋମିଟର ବେଗରେ ପବନ ବହିବା ସହ ମିଶି ମସ୍ପିପିରୁ ଫ୍ଲୋରିଡା ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ବୋଲି ଆମେରିକାର ଜାତୀୟ ହ୍ୟୁରିକାନ କେନ୍ଦ୍ର ସୂଚନା ଦେଇଛି।

ଏହି ଘୂର୍ଣ୍ଣି ବଳୟ ଆମେରିକାର ମୁଖ୍ୟ ଉତ୍ପାଦନ କ୍ଷେତ୍ର ଦେଇ ଗତି କରିଥିଲା । ଆଲବାମା ଏବଂ ଫ୍ଳୋରିଡା ପାନହାଣ୍ଡେଲ ଦିଗକୁ ଗତି କରୁଥିଲା । ଏହି କାରଣରୁ ରୟାଲ ଡଚ ଶେଲ ଲୁଇସିୟାନା ତଟରେ ଅବସ୍ଥିତ ଥିବା ନିଜର ଆପୋମେଟ୍ରାକ୍ସ ତୈଳ ଉତ୍ପାଦନ କେନ୍ଦ୍ରକୁ ବନ୍ଦ କରିଦିଆ ଯାଇଥିଲା । ସେହିପରି ପ୍ରାକୃତିକ ଗ୍ୟାସ ଉତ୍ପାଦନ ରେ ପାଖାପାଖି 5000000 bpd ର ଓଫସର କ୍ରୁଡ ଅଏଲ ଉତ୍ପାଦନ ଏବଂ ୨୮ ପ୍ରତିଶତ କିମ୍ବା ୭୫୯ ମିଲିୟନ କ୍ୟୁବିକ ଫିଟ ମଙ୍ଗଳବାରେ ଦିନ ଆମେରିକାର ତଟରେ ବନ୍ଦ ହୋଇଯାଇଛି ।

sally 1

ଦେଶର ଏକମାତ୍ର ଅପତଟିଅ ଟର୍ମିନାଲ, ଲୁଇସିୟାନା ଓଫସର ଅଏଲ ପୋର୍ଟ ରବିବାର ଦିନ ଟ୍ୟାଙ୍କର ଲୋଡିଂ ବନ୍ଦ କରିଥିବା ବେଳେ ମିଲୋସିପିର ବିଲୋକ୍ସି ଠାରୁ ପେନୋକ୍ସୋଲା ଫ୍ଲୋରିଡା ପର୍ଯ୍ୟନ୍ତ ବନ୍ଦର ବନ୍ଦ ରହିଥିଲା । ସେହିପରି ମିସିସିପି ନଦୀ କୂଳରେ ଥିବା ବନ୍ଦରଗୁଡିକ ପ୍ରତିବନ୍ଧକ ସହିତ ମଙ୍ଗଳବାର ବିଳମ୍ବିତ ରାତିରେ ଖୋଲିବାକୁ ଲାଗିଲା । ତେବେ ଏହି ବନ୍ଦରୁଡିକ ପ୍ରାୟ 307,000bpd ଅଶୋଧିତ ଏବଂ 411,000bpd ବିଶୋଧିତ ଦ୍ରବ୍ୟ ହ୍ରାସ କରିବ ବୋଲି କ୍ଲପର ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.