ଅନ୍ତରାଷ୍ଟ୍ରୀୟ ଡାଇବେଟିସ ଫେଡେରେସନ ସଂସ୍ଥା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୨.୫ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ୨୦୪୫ ମସିହା ସୁଦ୍ଧା ଏହି ସଂଖ୍ୟା ୬୨.୯ କୋଟିକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଆଉ ସବୁଠୁ ଭୟଙ୍କର ହେଉଛି, ଯେ କେବଳ ବୟସ୍କ ବ୍ୟକ୍ତି ନୁହନ୍ତି 6 ମାସର ଶିଶୁ ମାନେ ବି ଡାଇବେଟିସରେ ଆକ୍ରାନ୍ତ ହେଉଛନ୍ତି । ଆମେରିକାନ ଡାଇବେଟିସ ଆସୋସିଏସନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିୟମିତ ବ୍ଲଡ଼ ସୁଗାର ଟେଷ୍ଟ କରିବା ଦ୍ୱାରା ହିଁ ଜଣେ ନିଜ ଡାଇବେଟିସ ଲେବଲ ବିଷୟରେ ତଥ୍ୟ ରଖିବା ସହ କେଉଁ କାରଣରୁ ଆକ୍ରାନ୍ତ ହେଉଛନ୍ତି ସେ ବିଷୟରେ ବି ଜାଣିପାରିବେ । ନିଜ ଖାଦ୍ୟାଭାସ, ଶାରୀରିକ ବ୍ୟାୟାମ, ନିୟମିତ ଔଷଧ ତଥା ଅନ୍ୟ କାରଣରୁ ହିଁ ଜଣଙ୍କ ବ୍ଲଡ଼ ସୁଗାର ଲେବଲ ବଢିଥାଏ ।
କିନ୍ତୁ ଶରୀରର ବ୍ଲଡ଼ ସୁଗାର କେଉଁ ସମୟରେ, କିପରି ଭାବରେ ଚେକ କରାଯିବ ସେବାବଦରେ ଜାଣି ରଖିବା ନିହାତି ଦରକାର । ତେବେ ଆସନ୍ତୁ ସେ ବିଷୟରେ ଜାଣି ରଖିବା । ସକାଳୁ ଉଠିବାର ତୁରନ୍ତ ପରେ ଖାଦ୍ୟପୂର୍ବ ଓ ଖାଦ୍ୟ ଗ୍ରହଣର ଅତି କମରେ ୨ ଘଣ୍ଟା ପରେ ଖ୍ୟଦ୍ୟପର ଟେଷ୍ଟ କରାଇବା ଉଚିତ । ସଠିକ ତଥ୍ୟ ପାଇବା ପାଇଁ ଖାଦ୍ୟ ଗ୍ରହଣ ଓ ଟେଷ୍ଟିଙ୍ଗ ମଧ୍ୟରେ ଅତି କମରେ ୨ ଘଣ୍ଟାର ଅନ୍ତର ରହିବା ନିହାତି ଆବଶ୍ୟକ । ଯାହାକି ଉଚିତ ଔଷଧ ଗ୍ରହଣ ସହ ଉପଯୁକ୍ତ ଖାଦ୍ୟାଭାସ ରଖିବାରେ ସାହାଯ୍ୟ କରିପାରିବ । ଖାଦ୍ୟପୂର୍ବର ଟେଷ୍ଟ ଆପଣଙ୍କ ପାଇଁ କେତେ ମାତ୍ରାର ଔଷଧ ସେବନ ଠିକ ସେବାବଦରେ ତଥ୍ୟ ଦେବା ସହ ଖାଦ୍ୟପରର ଟେଷ୍ଟିଙ୍ଗ ଆପଣଙ୍କ ଶରୀରରେ ସେହିସବୁ ଔଷଧ ଠିକ ଭାବରେ କାମ କରୁଛିକି ନାହିଁ ସେବିଷୟରେ ସୂଚନା ଦେଇଥାଏ ।
– ଯଦି ଆପଣ ନୂଆ ନୂଆ ଡାଇବେଟିସ ଆକ୍ରାନ୍ତ ବୋଲି ଜଣାପଡିଥାନ୍ତି ତେବେ ଆପଣଙ୍କ ପାଇଁ ନିୟମିତ ରୂପେ ନିଜ ବ୍ଲଡସୁଗାର ବାବଦରେ ତଥ୍ୟ ରଖିବା ନିହାତି ଜରୁରୀ । ଆଉ ନିଜ ରେଟିଙ୍ଗର ଏକ ରିଡିଙ୍ଗ ରଖି ଡାକ୍ତରଙ୍କୁ ରିପୋର୍ଟ ଦିଅନ୍ତୁ ।
– ଅଥବା ଯଦି ଯଦି ଆପଣ ଇନ୍ସୁଲିନ ନେଉଥାନ୍ତି । ତେବେ ଆପଣଙ୍କ ଡାକ୍ତର ଦିନ ଭିତରେ ଦୁଇ ରୁ ତିନି ଥର ରିଡିଙ୍ଗ ରଖିବା ପାଇଁ ପରାମର୍ଶ ଦେଇଥାନ୍ତି ।
– ଯେଉଁମାନେ ଟାଇପ- ୨ ଡାଇବେଟିସ ଶିକାର ହୋଇଥାନ୍ତି, ସେମାନେ ନିଜ ଦିନ କାର୍ଯ୍ୟସୂଚୀ ବାବଦରେ ଅଧିକ ସତର୍କ ହେବା ସହ ନିଜ ଖାଦ୍ୟାଭ୍ୟାସ ଉପରେ ଧ୍ୟାନ ରଖିବା ଉଚିତ ।