Below header

ଭଦ୍ରକ: ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ଚାଉଳ ଚୋରିକୁ ନେଇ ଖପରପଦା ଗ୍ରାମରେ ଉତ୍ତେଜନା

ଭଦ୍ରକ: ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ଚାଉଳ ଚୋରିକୁ ନେଇ ଭଦ୍ରକ ଜିଲ୍ଲାରେ ଧାମନଗର ବ୍ଲକର ଖପରପଦା ଗ୍ରାମରେ ଦେଖାଯାଇଥିଲା ଉତ୍ତେଜନା । ଶେଷରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଧୁଷୁରୀ ପୋଲିସ ପଞ୍ଚାୟତ ଅଫିସରେ ଚାବି ପକାଇଥିଲା। ଏପରିକି ଏହି ଘଟଣାକୁ ନେଇ ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କ ବିପକ୍ଷ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ବ୍ଲକ ପ୍ରଶାସନ ପକ୍ଷରୁ ଏ.ବି.ଡି.ଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ପୋଲିସ ରିଲିଫ ଅଫିସରଙ୍କ ଉପସ୍ଥିତିରେ ତଦନ୍ତକାରୀ ଅଧିକାରୀ ରିଲିଫ ଚାଉଳର ହିସାବ ତନଖି ଗୋଦାମ ଚେକିଂ କରିଥିଲେ ।

bhadrak flood rice stole 2
ସୂଚନାନୁଯାୟୀ , ଖପରପଦା ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ପାଇଁ ମୋଟ ୧୦୬୫ ପରିବାର ପାଇଁ ଆସୁଥିବା ଚାଉଳକୁ ସଠିକ ଭାବରେ ବଣ୍ଟନ କରାଯାଇଛି । ହିସାବ ମୁତାବକ ଆଉ ୩୧ଜଣ ବନ୍ୟା ବିପନ୍ନଙ୍କ ପରିବାରକୁ ଦିଆଯାଇଥିବା ଚାଉଳ ସହିତ ସରପ୍ଳସ ଚାଉଳକୁ ମିଶାଇ ୯୮ ବସ୍ତା ଚାଉଳ ପଞ୍ଚାୟତ ଅଫିସରେ ଗଚ୍ଛିତ ରହିଥିଲା । ତେଣୁ ଚାଉଳ ଚାରି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।ତେବେ ରିଲିଫ ଚାଉଳକୁ ରାତି ୧୦ଟା ବେଳେ ପଞ୍ଚାୟତ ଅଫିସରୁ କେହି ଜଣେ ସରପଞ୍ଚଙ୍କ ଅନୁପସ୍ଥିତିରେ ସେଠାରୁ ନେଉଥିଲେ ଓ ପୋଲିସ ଆସିବା ପରେ ବ୍ୟକ୍ତି ଜଣକ ନିଜ ମଟର ସାଇକେଲ ଛାଡି ପଳାଇଥିଲେ ବୋଲି ଅନ୍ୟପକ୍ଷର ଅଭିଯୋଗକାରୀ କହିଛନ୍ତି । ସେପଟେ ସରପଞ୍ଚ ଏହି ଅଭିଯୋଗକୁ ମିଥ୍ୟା କହିବା ସହିତ ରାଜନୈତିକ ଇର୍ଷା ପରାୟଣ ହୋଇ ଏପରି ଅଭିଯୋଗ କରାଯାଉଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.