Below header

‘ବିଗ ବସ ୧୪’ରେ ଏଣ୍ଟ୍ରି ମାରିବେ କ୍ୟାରିମିନାଟି ! ନାଁ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ କହିଲେ, ‘ଦେଖ, ଏଠି ଏମିତି କରିବ ନାହିଁ’

‘ବିଗ ବସ ୧୪’କୁ ନେଇ ଏବେ ଠୁ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି। ରିପୋର୍ଟ ମୁତାବକ, ୩ ଅକ୍ଟୋବରରୁ ‘ବିଗ ବସ ୧୪’ ଅନଏୟାର ହେବାକୁ ଯାଉଛି। ଏହି ଖବର ପରେ ଫ୍ୟାନମାନେ ଶୋ’ର ପ୍ରତିଯୋଗୀମାନଙ୍କୁ ଦେଖିବା ପାଇଁ ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି। ଚଳିତ ସିଜନ ପାଇଁ ଏ ପର୍ଯ୍ୟନ୍ତ କେତେଜଣ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିସାରିଛି। ଆଉ ଏବେ ଏହାସହିତ ଫେମସ ୟୁଟ୍ୟୁବର କ୍ୟାରିମିନାଟିଙ୍କ ନାଁ ଯୋଡି ହୋଇଛି।

fd

ଖବର ରହିଛି କି, ‘ବିଗ ବସ’ରେ ଭାଗ ନେବା ପାଇଁ କ୍ୟାରିମିନାଟି ମୁମ୍ବାଇ ମଧ୍ୟ ପହଞ୍ଚି ସାରିଛନ୍ତି। ଏଠାରେ ତାଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନ କରିଦିଆଯାଇଛି। ଏହାପରେ ସେ ବିଗ ବସ ଘରେ ଏଣ୍ଟ୍ରି କରିବେ। କ୍ୟାରିଙ୍କ ପ୍ରକୃତ ନାଁ ହେଉଛି ଅଜୟ ନାଗର। ସେପଟେ କ୍ୟାରିମିନାଟି ବିଗ ବସ ସହ ଯୋଡ଼ିହେବା ଖବର ସାମ୍ନାକୁ ଆସୁ ଆସୁ ଜବରଦସ୍ତ ମିମ୍ସ ଭାଇରଲ ହେଉଛି। କିଛି ଲୋକ ତାଙ୍କ ସଫଳତାକୁ ସାବାସୀ ଦେଉଥିବା ବେଳେ ଆଉ କିଛି ଲୋକ ତାଙ୍କୁ ସିଧା ତୀର ମାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.