ବରିଷ୍ଠ ନାଗରିକଙ୍କୁ SBI ର ବଡ଼ ଉପହାର, ଏବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉଠାଇପାରିବେ ଏହି ସ୍କିମ୍‌ର ଫାଇଦା

ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏକ ବଡ଼ ଉପହାର ଘୋଷଣା କରିଛି। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ବରିଷ୍ଠ ନାଗରିକଙ୍କ ପାଇଁ ସ୍ପେଶାଲ ଫିକ୍ସଡ୍‌ ଡିପୋଜିଟ୍‌ ସ୍କିମ୍‌ରେ ନିବେଶର ଶେଷ ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ଏହା ପୂର୍ବରୁ ବ୍ୟାଙ୍କ ଘୋଷଣା କରିଥିଲା ଯେ ଏହି ଯୋଜନା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ହେବ। ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କ ମେ’ରେ ସିବିଆଇ ‘ବିକେୟାର’ ସିନିୟର ସିଟିଜେନ୍‌ସ ଟର୍ମ ଡିପୋଜିଟ୍‌ ସ୍କିମ୍‌ର ଘୋଷଣା କରିଥିଲେ। ବର୍ତ୍ତମାନ କମିଥିବା ସୁଧହାରକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କୁ ଅଧିକ ସୁଧହାର ପ୍ରଦାନ କରିବାକୁ ଏହି ଯୋଜନା ଆରମ୍ଭ କରାଯାଇଛି।

ଏସ୍‌ବିଆଇର ଏହି ସ୍କିମ୍‌ରେ ୫ ବର୍ଷ ବା ତାଠାରୁ ଅଧିକ ଅବଧିଯୁକ୍ତ ଏଫ୍‌ଡିରେ ୩୦ ବୋନ୍‌ସ ପଏଣ୍ଟସ୍‌ର ଅତିରିକ୍ତ ପ୍ରିମିୟମ୍‌ ସୁଧ ମିଳିବ। ଏହି ସ୍କିମ୍‌ କେବଳ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସ୍କିମ୍‌ରେ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକ ନିବେଶ କରିପାରିବେ। ଏହି ସ୍କିମ୍‌ ୫ ବର୍ଷ କିମ୍ବା ତା’ଠୁ ଅଧିକ ଅବଧି ପାଇଁ ହେବ। ସର୍ବାଧିକ ଜମା ରାଶି ୨ କୋଟି ଟଙ୍କାରୁ କମ୍‌ ହେବ। ମ୍ୟାଚୁରିଟି ପୂର୍ବରୁ ଟଙ୍କା ଉଠାଇଲେ ଅତିରିକ୍ତ ସୁଧହାର ମିଳିବ ନାହିଁ।

sbi2

ସୂଚନାଯୋଗ୍ୟ ଯେ ସିନିୟର ସିଟିଜେନ୍‌ଙ୍କୁ ୫ ବର୍ଷରୁ କମ୍‌ ରିଟେଲ ଟର୍ମ ଡିପୋଜିଟ୍‌ ଉପରେ ସାଧାରଣ ଲୋକଙ୍କ ତୁଳନାରେ ୦.୫୦%ରୁ ଊର୍ଦ୍ଧ୍ୱ ସୁଧ ମିଳିବ। ୫ ବର୍ଷରୁ ଅଧିକ ରିଟେଲ ଟର୍ମ ଡିପୋଜିଟ୍‌ରେ ୦.୮୦% ସୁଧ ହାର ମିଳିବ। ଏଥିରେ ଅତିରିକ୍ତ ୦.୩୦% ମଧ୍ୟ ସାମିଲ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.